Sun. Nov 24th, 2024

ଆସାମରେ ଏସ୍‌ଆଇ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଘଟଣା: ୪୫ ଗିରଫ, ୫.୨୮ କୋଟି ଜବତ

By amfnews Oct 11, 2020 #Featured
198 Views

ଗୌହାଟୀ, ଅକ୍ଟୋବର ୧୧ : ଆସାମରେ ଏସ୍‌ଆଇ (ସବ-ଇନ୍ସପେକ୍ଟର) ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ ହୋଇଛି । ଏହି ଘଟଣାରେ ପୋଲିସ ୪୫ ଜଣଙ୍କୁ ଗିରଫ କରିଛି । ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ମୋଟ ୫ କୋଟି ୨୮ ଲକ୍ଷ ଟଙ୍କା ଜବତ କରିଛି । ଏଥି ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ପଶ୍ନପତ୍ର ଲିକ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରିବା ପାଇଁ ପୋଲିସ ଜାଲ ବିଛାଇଛି । 

ପ୍ରଶ୍ନପତ୍ର ଲିକ ଘଟଣା ନେଇ ଆସାମ ଡିଜିପି ଭାସ୍କର ଜ୍ୟୋତି ଶର୍ମା କହିଛନ୍ତି, ଘଟଣା ସହିତ ସଂପୃକ୍ତ ଅଭିଯୁକ୍ତମାନେ ଖୁବ ଶୀଘ୍ର ଗିରଫ ହେବେ । ପୋଲିସ ଏଥିପାଇଁ ଟିମ ଗଠନ କରିଛି । 

ସୂଚନାଯୋଗ୍ୟ, ୫୯୭ ପଦବି ପାଇଁ ଗତ ସେପ୍ଟେମ୍ବର ୨୦ ତାରିଖରେ ଏସଆଇ ପ୍ରବେଶିକା ପରୀକ୍ଷା ହୋଇଥିଲା । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିଲା । ପଶ୍ନପତ୍ର ସୋସଆଲ ମିଡିଆରେ ଭାଇରାଲ ହୋଇଥିଲା । ପାଖାପାଖି ୬୬ ହଜାର ପ୍ରାର୍ଥୀ ସେମାନଙ୍କର ଆଡମିଟ କାର୍ଡ ଡାଉନଲୋଡ କରିଥିଲେ । ରାଜ୍ୟର ୧୫୪ଟି ପରୀକ୍ଷା ହେଉଥିଲା । କିନ୍ତୁ ପ୍ରଶ୍ନପତ୍ର ଲିକ ହେବାରୁ ଏହି ପରୀକ୍ଷା ପୁଣି ଥରେ ନଭେମ୍ବର ୨୨ରେ ଅନୁଷ୍ଠିତ ହେବ । 

By amfnews

Related Post