Mon. Dec 23rd, 2024

ଆସନ୍ତା 30 ରୁ ବଢିବ ଶୀତ ପ୍ରକୋପ, ନୂଆବର୍ଷ ଯାଏଁ ଜାଡରେ ଥରିବ ଓଡ଼ିଶା

By amfnews Dec 29, 2020 #Featured
240 Views

ଭୁବନେଶ୍ୱର, ଡିସେମ୍ବର 29 : ରାଜ୍ୟରେ ବଢୁଛି ଶୀତ ।  ନୂଆବର୍ଷରେ ହାଡ଼ଭଙ୍ଗା ଶୀତରେ ଥରିବ ସାରା ଓଡ଼ିଶା । ରାଜଧାନୀ ସମେତ ପୂରା ରାଜ୍ୟର  ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ 4ରୁ 5 ଡିଗ୍ରୀ ପର୍ଯ୍ୟନ୍ତ ଖସିବ।   ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରାଯାଇଛି ।

ଆସନ୍ତା 31 ତାରିଖବେଳକୁ ଥଣ୍ଡା ଅସହ୍ୟ ହେବ । ସକାଳୁ ରାଜ୍ୟରେ ପୁଣି ଉତ୍ତରା ପବନର ପ୍ରବାହ ଆରମ୍ଭ ହୋଇଯିବ ।  ଫଳରେ ଶୀତର ପ୍ରକୋପ ବଢ଼ିବ। ବିଶେଷକରି 6 ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ । 

ରାଜଧାନୀର ରାତ୍ରି ତାପମାତ୍ରା ବି 10 ଡିଗ୍ରୀକୁ ଖସିପାରେ ।  ସେହିପରି ଅବଶିଷ୍ଟ ଅଞ୍ଚଳର ତାପମାତ୍ରା ପ୍ରାୟ 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ କମିବ । ଆସନ୍ତା ମଙ୍ଗଳବାର ଓ ବୁଧବାର ସକାଳେ କଟକ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କୋରାପୁଟ,ରାୟଗଡ଼ା,  ମାଲକାନଗିରି ଓ କଳାହାଣ୍ଡିରେ ମଧ୍ୟମ ଧରଣର କୁହୁଡ଼ି ରହିବ । 30 ତାରିଖ ରାତିରୁ ଶୀତ ବଢିବ ।  ବିଶେଷ କରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ଶୀତ ଲହରୀ ଜାରି ରହିବ । ପରବର୍ତ୍ତୀ ଦୁଇଦିନ ପର୍ଯ୍ୟନ୍ତ ଏଭଳି ହାଡ଼ଭଙ୍ଗା ଜାଡ଼ ଥରାଇବ ।

By amfnews

Related Post