Sat. Mar 7th, 2026

ଆସନ୍ତା ୯ରେ +୨ କଳା ଓ ବାଣିଜ୍ୟ ରେଜଲ୍ଟ

425 Views

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ଆସନ୍ତା ୯ ତାରିଖ (ଶନିବାର) ପ୍ରକାଶ ପାଇବ। ଏ ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଯୁକ୍ତ ୨ ବିଜ୍ଞାନ ବିଭାଗ ପରୀକ୍ଷା ଫଳ ପୂର୍ବରୁ ପ୍ରକାଶିତ ହୋଇଛି।

ଆସନ୍ତା ୯ ତାରିଖରେ +୨ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବାର କୁହାଯାଉଥିଲା ବେଳେ ସେହି ଦିନ ଦ୍ୱିତୀୟ ଶନିବାର ଛୁଟି ଦିନ ହେତୁ ଫଳ ପ୍ରକାଶ ଆସନ୍ତାକାଲି କିମ୍ବା ତା’ ପରଦିନ କରାଯିବା ନେଇ ଯୋଜନା ହେଉଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଜୁନ ୯ ତାରିଖରେ ଏହି ଦୁଇ ବିଭାଗର ରେଜଲ୍ଟ ପ୍ରକାଶ ପାଇବ ବୋଲି ଗୁରୁବାର ସିଏଚଏସଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଚଳିତ ବର୍ଷ କଳାରେ ମୋଟ ୨ ଲକ୍ଷ୍ୟ ୩୩ ହଜାର ୯୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ବାଣିଜ୍ୟରେ ମୋଟ ୨୭ ହଜାର ୪୪୭ ଓ ଧନ୍ଦାମୂଳକରେ ମୋଟ ୮୨୨୬ ଜଣ ପରୀକ୍ଷା ଦେଇଥିଲେ। ଏବର୍ଷ ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ଯୁକ୍ତ ୨ ଖାତା ମୂଲ୍ୟାୟନରେ ବିଳମ୍ବ ହୋଇଥିବା ନେଇ ବିଭାଗୀୟ ମନ୍ତ୍ରୀ ସ୍ୱୀକାର କରିଥିଲେ।

By amfnews

Related Post