Fri. Mar 6th, 2026

ଆସନ୍ତାକାଲି ଶତତମ କିଷାନ ରେଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗ କରିବ ଚଳାଚଳ

387 Views

ନୂଆଦିଲ୍ଲୀ, ଡିସେମ୍ବର ୨୭ : ଆସନ୍ତାକାଲି ଶତତମ କିଷାନ ରେଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ଯାହାକି ମହାରାଷ୍ଟ୍ରର ସାଙ୍ଗୋଲା ଠାରୁ ପଶ୍ଚିମବଙ୍ଗର ଶାଲିମାର ପର୍ଯ୍ୟନ୍ତ ଚଳାଚଳ କରିବ ।

ଏହି ବହୁମୂଖୀ ମାଲବାହୀ ଟ୍ରେନ ସେବାରେ ଫୁଲକୋବି, କ୍ୟାପ୍ସିକମ, କୋବି, ସଜନା, ଲଙ୍କା ଇତ୍ୟାଦି ପରିବହନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅପରାହ୍ନ ସାଢେ ୪ଟାରେ ମହାରାଷ୍ଟ୍ରର ସାଙ୍ଗୋଲା ଠାରୁ ପଶ୍ଚିମବଙ୍ଗର ଶାଲିମାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଶତତମ କିଷାନ ରେଳ ଚଳାଚଳର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମ ଭିଡିଓ କନଫେରେନ୍ସ ମାଧ୍ୟମରେ ହେବ ବୋଲି ସୂଚନା ମିଳିଛି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏବଂ ପୀୟୁଷ ଗୋୟଲ ମଧ୍ୟ ଉପସ୍ଥିତ ରହିବେ। ଉକ୍ତ ବହୁମୂଖୀ ମାଲବାହୀ ଟ୍ରେନ ସେବାରେ ଫୁଲକୋବି, କ୍ୟାପ୍ସିକମ, କୋବି, ସଜନା, ଲଙ୍କା, ପିଆଜ ଇତ୍ୟାଦି ପରିବା ସହିତ ଅଙ୍ଗୁର, କମଳା, ଡାଳିମ୍ବ, ବନ୍ଧାକୋବି, କଷ୍ଟାର୍ଡ ​​ଆପଲ ଇତ୍ୟାଦି ଫଳ ପରିବହନ ହେବ ।

ଷ୍ଟେସନ ଗୁଡିକରେ ରେଳ ରହିଣୀ ସମୟରେ ନଷ୍ଟ ହୋଇଯାଉଥିବା ଦ୍ରବ୍ୟର ଲୋଡିଂ ଏବଂ ଅନଲୋଡିଂ ପାଇଁ ଅନୁମତି ଦିଆଯିବ । ସାମଗ୍ରୀର ଆକାରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଫଳ ଓ ପନିପରିବା ପରିବହନରେ ଭାରତ ସରକାର ଶତକଡା ୫୦ ପ୍ରତିଶତକୁ ସବସିଡି ବୃଦ୍ଧି କରିଛନ୍ତି ।

ପ୍ରଥମ କିଷାନ ରେଳ ୨୦୨୦ ଅଗଷ୍ଟ ୭ରେ ଦେବଲାଲୀରୁ ଦାନାପୁର ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ସ୍ଥିର ହୋଇଥିଲା, ଯାହାକି ମୁଜାଫରପୁର ପର୍ଯ୍ୟନ୍ତ ପୁଣି ବୃଦ୍ଧି କରାଯାଇଥିଲା । କୃଷକଙ୍କ ସକାରାତ୍ମକ ପ୍ରତିକ୍ରିୟା ଫଳରେ ଏହାର ଚଳାଚଳକୁ ସପ୍ତାହରେ ଗୋଟିଏ ଦିନରୁ ତିନି ଦିନକୁ ବୃଦ୍ଧି କରାଯାଇଥିଲା ।

ସମଗ୍ର ଦେଶରେ କୃଷିଜାତ ଦ୍ରବ୍ୟର ଦ୍ରୁତ ପରିବହନକୁ ସୁନିଶ୍ଚିତ କରିବାରେ କିଷାନ ରେଳ ଏକ ପଥ ପରିବର୍ତ୍ତନକାରୀ ପଦକ୍ଷେପ । ଏହା ନଷ୍ଟ ହୋଇଯାଉଥିବା ଉତ୍ପାଦଗୁଡିକ ଯୋଗାଣରେ ସହାୟକ ହେଉଛି ।

By amfnews

Related Post