Sat. Mar 7th, 2026

ଆଲିଆଙ୍କୁ ନିଜ ବାୟୋପିକ୍‌ ପାଇଁ ସବୁଠାରୁ ଉପଯୁକ୍ତ ଅଭିନେତ୍ରୀ କହିଲେ ମାଧୁରୀ ଦୀକ୍ଷିତ

283 Views

ମୁମ୍ବାଇ: ପ୍ରଖ୍ୟାତ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବେ ନିଜ ଅଭିନୀତ ନୂଆ ହିନ୍ଦୀ ସିନେମା ‘କଲଙ୍କ’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସଂଜୟ ଦତ୍ତ,ବରୁଣ ଧଓ୍ଵନ, ଆଦିତ୍ୟ ରୟ କପୁର ଆଲିଆ ଭଟ୍ଟ ଓ ସୋନାକ୍ଷୀ ସିହ୍ନା ପ୍ରମୁଖଙ୍କ ସହ ନଜର ଆସିବେ ମାଧୁରୀ ଦୀକ୍ଷିତ।

ଏହି ଫିଲ୍ମର ପ୍ରମୋସନ୍‌ ବେଳେ ମାଧୁରୀ ଦୀକ୍ଷିତ କହିଛନ୍ତି ଯେ ଯଦି ତାଙ୍କର ବାୟୋପିକ୍‌ ତିଆରି ହୁଏ,ତେବେ ସେଥିପାଇଁ ସବୁଠାରୁ ଉପଯୁକ୍ତ ଅଭିନେତ୍ରୀ ହେଉଛନ୍ତି ଆଲିଆ ଭଟ୍ଟ। କିନ୍ତୁ ମାଧୁରୀ ଦୀକ୍ଷିତଙ୍କ ଭୂମିକା ନିଭାଇବା ଲାଗି ଆଲିଆଙ୍କୁ ଡ୍ୟାନ୍‌ସ ପାଇଁ ଅଧିକ ପରିଶ୍ରମ କରବାକୁ ପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି ଆଲିଆଙ୍କ ଅଭିନୟ ତାଙ୍କୁ ମୁଗ୍ଧ କରିଛି। ବିଶେଷ କରି ହାଇେଓ୍ଵ,ଗଲିବୟ ଓ ରାଜିରେ ଆଲିଆ ଖୁବ୍‌ ଭଲ ଅଭିନୟ କରିଛନ୍ତି ବୋଲି କହିଛନ୍ତି ମାଧୁରୀ। ଆଲିଆ ଭଟ୍ଟ ବି ମାଧୁରୀ ଦୀକ୍ଷିତଙ୍କ କଥା ସହ ଏକମତ ହୋଇଛନ୍ତି। ସେ କହିଛନ୍ତି ମାଧୁରୀଜୀଙ୍କ ଭଳି ଜଣେ ଦକ୍ଷ ଅଭିନେତ୍ରୀ ଏଭଳି କହିବା ତାଙ୍କ ପାଇଁ ଗର୍ବର ବିଷୟ।

By amfnews

Related Post