Tue. Dec 24th, 2024

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ୧୫ରେ ହେବାକୁ ଥିବା ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନଙ୍କ ବିତର୍କ ବାତିଲ

By amfnews Oct 10, 2020 #Featured
193 Views

ୱାଶିଂଟନ, ଅକ୍ଟୋବର ୧୦  : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆସନ୍ତା ଅକ୍ଟୋବର ୧୫ରେ ହେବାକୁ ଥିବା ଦ୍ୱିତୀୟ ରାଷ୍ଟ୍ରପତି ପାଇଁ ବିତର୍କ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ କମିଶନ ଅନ ପ୍ରେସିଡେଣ୍ଟସିୟାଲ ଡିବେଟ୍ସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରେଟିକ ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ହେବାକୁ ଥିବା ଭର୍ଚ୍ୟୁଆଲ ଡିବେଟ ବାତିଲ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଅକ୍ଟୋବର ୧୫ରେ ମିୟାମୀରେ ଏହି ଭର୍ଚ୍ୟୁଆଲ ବିତର୍କ ପାଇଁ ପୂର୍ବରୁ ଘୋଷଣା ହୋଇଥିଲା । ସିପିଡି କହିଥିଲା ଯେ, ୨ୟ ବିତର୍କ ଟାଉନ ଟିଟିଙ୍ଗ ଭାବେ କରାଯିବ । ଏଥିରେ ଦୁର୍ଗମ ଅଂଚଳର ଲୋକେ ଅଂଶଗ୍ରହଣ କରିବେ । ମାତ୍ର ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ, ସେ ଏହି ବିତର୍କରେ ଅଂଶଗ୍ରହଣ କରିପାରିବେ ନାହିଁ ।

ଟ୍ରମ୍ପ କହିଥିଲେ ଯେ, ଏହି ଭର୍ଚ୍ୟୁଆଲ ବିତର୍କରେ ନିଜର ସମୟ ବର୍ବାଦ କରିବେ ନାହିଁ । ଦ୍ୱିତୀୟ ବିତର୍କରେ ସେ ବିଡେନଙ୍କୁ ହରାଇଦେବେ । ଟ୍ରମ୍ପଙ୍କ ଏହି ବୟାନରେ ବିଡେନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ଯେ, ଏଥିପାଇଁ କମିଶନ ତରଫରୁ ଦିଆଯାଇଥିବା ପରାମର୍ଶକୁ ମାନିବେ । ସୂଚନାଯୋଗ୍ୟ ଆମେରିକାରେ ଆଗାମୀ ନଭେମ୍ବର ୩ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ । ତେବେ ଅକ୍ଟୋବର ୨୨ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ୩ୟ ବିତର୍କ ହେବ ।

By amfnews

Related Post