Thu. Dec 26th, 2024

ଆମେଚର ତାଇକୋଣ୍ଡୋ ର ନିଃଶୁଳ୍କ ଆତ୍ମରକ୍ଷା କୌଶଳ ଶିବିର

By amfnews Jun 13, 2018 #Featured
315 Views

ଢେଙ୍କାନାଳ :  ଆମେଚର ତାଇକୋଣ୍ଡ ଆସୋସିଏସନ୍ ଅଫ୍ ଢେଙ୍କାନାଳ (ଏଟିଏଡି) ପକ୍ଷରୁ  ନିଃଶୁଳ୍କ ତାଇକୋଣ୍ଡୋ ଆତ୍ମରକ୍ଷା କୌଶଳ ଶିବିର ଢେଙ୍କାନାଳ ଆଦୃତ ଶିଶୁ ଗୃହରେ  ଆରମ୍ଭ ହୋଇଯାଇଅଛି । ଏହା ତା୧୩.୦୬.୨୦୧୮ରିଖ ଠାରୁ ତା.୧୫.୦୬.୨୦୧୮ରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ଅନୁଷ୍ଠିତ ହେବ । ଏଥିରେ ପ୍ରାୟ ୪୦ ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି । ଏହି କର୍ମଶାଳାରେ ଆତ୍ମରକ୍ଷା କୌଶଳ ସହିତ ନନଚାକ୍, ବାଡି, ବିଭିନ୍ନ ସମରକଳା କୌଶଳ, ଯୋଗ, ସମାଜସେବା, ସମାଜରେ ଶୃଙ୍ଖଳିତ ଓ ଭଲମଣିଷ ହେବା ପାଇଁ ମୂଲ୍ୟବୋଧ ଶିକ୍ଷା ଓ ଅନ୍ୟାନ୍ୟ ଆନୁସଙ୍ଗିକ  ସହଶୈକ୍ଷିକ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ।

ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ନଗରପାଳ ଶ୍ରୀଯୁକ୍ତ ସୁଧାଂଶୁ କୁମାର ଦଳେଇ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିବା ସହ ଏହି ଶିବିରର ସଫଳତା କାମନା କରି  ସ୍ୱୀୟ ବକ୍ତବ୍ୟରେ ତାଇକୋଣ୍ଡୋ ଶିକ୍ଷା ଦ୍ୱାରା ଶରୀର ଓ ମନର ସୁସ୍ଥତା ଏବଂ ଏକାଗ୍ରତା ଆଣିବା ସଙ୍ଗେ ସଙ୍ଗେ ଆତ୍ମରକ୍ଷା କୌଶଳ ଶିକ୍ଷାଦ୍ୱାରା ସମାଜରୁ ଅତ୍ୟାଚାର ଓ ଦୁଷ୍କର୍ମର ବିଲୋପ କରିପାରିବ ବୋଲି ଦୃଢ ଆଶାପୋଷଣ କରିଥିଲେ । ମୁଖ୍ୟବକ୍ତା ଭାବେ ପୂର୍ବତନ ଡ୍ରିଟ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବୀପ୍ରସାଦ ଭୁତିଆ “”ତାଇକୋଣ୍ଡୋ ସମସ୍ତଙ୍କ ପାଇଁ ” ଏବଂ ଏହା “”ଗୋଟିଏ ପାଦ ସୁରକ୍ଷା ଆଡକୁ” ଅଗ୍ରସର କରାଇବାରେ ତାଲିମ୍ପ୍ରାପ୍ତ ସମସ୍ତଙ୍କୁ ସହାୟକ କରିପାରିବ ବୋଲି ମତ ରଖିଥିଲେ, ସମ୍ମାନିତ ଅତିଥି ଭାବେ ଡା. ଶାନ୍ତିଭୂଷଣ ପଣ୍ଡା ଯୋଗଦେଇ ମିଶନ ସୁରକ୍ଷାର ଭବିଷ୍ୟତରେ କେବଳ ଢେଙ୍କାନାଳ ଜିଲ୍ଲା ନୁହେଁ ସାରା ଓଡିଶାରେ ଏହାକୁ ପରିଚାଳନା କରାଗଲେ ସମସ୍ତେ ସୁସ୍ଥ ଓ ସୁରକ୍ଷାରେ ରହିପାରିବେ, ଡ୍ୟାନି ସ୍ନେହାଂଶୁ ବିଶୋଇ, ଆଦୃତାର ପରିଚାଳକ ଦିଲ୍ଲୀପ କୁମାର ଦାସ ପ୍ରମୁଖ ଯୋଗଦାନ କରି ତାଇକୋଣ୍ଡୋ ତାଲିମ୍ ଆଜିର ସମାଜରେ ଅପରିହାର୍ଯ୍ୟ  ହେବା ଆବଶ୍ୟକ ବୋଲି କହିଥିଲେ ।

ସଂପାଦକ ତଥା ପ୍ରଶିକ୍ଷକ ଇଂ ସୌମ୍ୟବ୍ରତ ସାହୁ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିବା ସହ ୩ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମର ଯୋଜନା ସଂପର୍କରେ ସମସ୍ତଙ୍କୁ ଅବଗତ କରିବା ସହ ଏହି ଶିବିରରେ “”ମିଶନ ସୁରକ୍ଷା” ଆତ୍ମରକ୍ଷା କୌଶଳ କାର୍ଯ୍ୟକ୍ରମ ଯାହାକି ମହିଳା ଓ ଯୁବତୀମାନଙ୍କୁ ଦୃଢ ସାହସ ଓ ଶକ୍ତି ବଢାଇବାରେ ସହାୟକ ବିଷୟରେ କହିଥିଲେ ଓ ଆଗାମୀ ଦିନରେ ଏହାକୁ ଗ୍ରାମରୁ ସହର ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ, ସଂଘ, ମହିଳା ସମିତି ଓ ଅନ୍ୟାନ୍ୟ  କାର୍ଯ୍ୟକ୍ରମରେ ଉପସ୍ଥାପନ କରାଯିବ । ଏହି ଶିବିରରେ ପ୍ରଶିକ୍ଷକ ଭାବେ ଡାର୍ଲିନ୍ ଡାଲ୍ଟନ, ରାଜେନ୍ଦ୍ର ବେହେରା ଓ ଇଂ.ସୌମ୍ୟବ୍ରତ ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସୁଚିତ୍ର ବେହେରା, ଶିବ ପ୍ରସାଦ ମିଶ୍ର, ଜୟଦୀପ ବରାଳ, ପ୍ରତାପ କୁମାର ନାଏକ, ଅଭିଷେକ ଝା, ସୌମ୍ୟ ରଞ୍ଜନ ସାହୁ, ସୌମ୍ୟକାନ୍ତ ବେଉରା, ଦୀପକ ରଂଜନ ମିଶ୍ର, ସରସ୍ୱତୀ ସୁବୁଦ୍ଧି, ଭାରତୀ ପ୍ରଧାନ, ସୁଭଲକ୍ଷ୍ମୀ ପଣ୍ଡା, ସ୍ମିତା ଷଡଙ୍ଗୀ, ସୀତା ବେହେରା, ନେହା ବାହାର, ସ୍ୱର୍ଣ୍ଣଲକ୍ଷ୍ମୀ  ଓଝା ପ୍ରମୁଖ ସଫଳ କରିବାରେ ସହଯୋଗ କରୁଛନ୍ତି । ପରିଶେଷରେ ସଂପାଦକ ଇଂ.ସୌମ୍ୟବ୍ରତ ସାହୁ ଧନ୍ୟବାଦ ଅର୍ପଣ  କରିଥିଲେ ।

By amfnews

Related Post