144 Views
କାବୁଲ, ଅଗଷ୍ଟ ୦୩ : ଆଫଗାନିସ୍ତାନର ପୂର୍ବୋତ୍ତରରେ ରବିବାର ଏକ ଜେଲରେ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଛି । ଏହି ଘଟଣାରେ ଅତିକମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି । ନାଙ୍ଗରହାର ରାଜ୍ୟର ଗଭର୍ଣ୍ଣରଙ୍କ ମୁଖପାତ୍ର ଅତ୍ତାଉଲ୍ଲା ଖୋଗୟାନୀ ଏହି ଆକ୍ରମଣ ସଂପର୍କରେ ସୂଚନା ଦେଇଛନ୍ତି ।
ନାଙ୍ଗରହାର ରାଜ୍ୟର ଗଭର୍ଣ୍ଣରଙ୍କ ମୁଖପାତ୍ର ଅତ୍ତାଉଲ୍ଲା ଖୋଗୟାନୀ କହିଛନ୍ତି, ରାଜ୍ୟର ରାଜଧାନୀ ଜଲାଲବାଦରେ ରବିବାର ସନ୍ଧ୍ୟାରେ ଆଫଗାନ ସୁରକ୍ଷାକର୍ମୀ ଓ ଚରମପଂଥୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ରାଜ୍ୟ ପରିଷଦର ସଦସ୍ୟ ଆଜମଲ ଉମର ଓ ଗୃହ ମନ୍ତ୍ରାଳୟର ମୁଖପାତ୍ର ତାରିଖ ଆରିୟନ ମଧ୍ୟ ଆକ୍ରମଣ ସଂପର୍କରେ ସ୍ପଷ୍ଟ କରିଛନ୍ତି । ତେବେ ଆକ୍ରମଣ ନେଇ ଏପର୍ଯ୍ୟନ୍ତ କୌଣସି ସଂସ୍ଥା ନିଜକୁ ଦାୟୀ କରି ନାହାନ୍ତି ।