ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତୃଘ୍ନ ସିହ୍ନା ଆଜି ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାରଙ୍କ ଏକ କାର୍ଯକ୍ରମରେ ଭାଗ ନେଇଛନ୍ତି । କାର୍ଯ୍ୟକ୍ରମରେ ସେ ହୃଦୟ ଖୋଲି ଆପ୍ ସରକାରଙ୍କୁ ପ୍ରଶଂସା କରିଛନ୍ତି । ଏହାକୁ ବିରୋଧ କରି ନନ୍ଦନଗରୀ ଡିଏମଙ୍କ କାର୍ଯ୍ୟାଳୟ ସାମ୍ନାରେ ସିହ୍ନାଙ୍କୁ କଳା ପତାକା ଦେଖାଇଛନ୍ତି କିଛି ବିଜେପି କାର୍ଯ୍ୟକର୍ତା ।
ଶତୃଘ୍ନ ସିହ୍ନା ମୁଖ୍ୟତଃ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନିଷ ସିଶୋଦିଆଙ୍କ କାମକୁ ବହୁତ ପ୍ରଶଂସା କରିଛନ୍ତି । ଦେଶର ସମସ୍ତ ରାଜ୍ୟ ଦିଲ୍ଲୀ ଶିକ୍ଷାବ୍ୟବସ୍ଥାକୁ ଉଦାହରଣ ଭାବେ ନିଅନ୍ତୁ ବୋଲି କହିଛନ୍ତି ଏହି ବିଜେପି ନେତା ।
ବିଜେପି ସାଂସଦ ଶତୃଘ୍ନ ସିହ୍ନା ଆହୁରି ମଧ୍ୟ କହିଛନ୍ତି କି, ସ୍ୱାଧିନତା ପରେ ଶିକ୍ଷା, ସ୍ୱାସ୍ଥ୍ୟସେବାର ମାନ ବହୁତ ହ୍ରାସ ପାଇଥିଲା । ୭୦ ବର୍ଷ ଧରି କୌଣସି ସରକାରଏହି ଦୁଇ କ୍ଷେତ୍ରକୁ ସୁଧାରିବା ପାଇଁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରି ନାହାନ୍ତି । କିନ୍ତୁ ଦିଲ୍ଲୀର ସରକାରୀ ସ୍କୁଲ ଏବଂ ହସ୍ପିଟାଲ ଆଜି ଦେଶ ପାଇଁ ଉଦାହରଣ ପାଲଟିଛି ।
ସେ କହିଛନ୍ତି କି, ଦିଲ୍ଲୀର ସରକାରୀ ସ୍କୁଲରେ ସ୍ୱିମିଂ ପୁଲ, ଷ୍ଟାଡିୟମ୍ ଏବଂ ଜିମ୍ ଉପଲବ୍ଧ ଅଛି । ଯାହା କୌଣସି ସ୍ୱପ୍ନରୁ କମ୍ ନୁହେଁ । କେଜ୍ରିୱାଲ ସରକାର ଏହାକୁ ବାସ୍ତବରେ କରି ଦେଖାଇଛନ୍ତି ।