Sat. Mar 7th, 2026

ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ କଲେ କର୍ତ୍ତୃପକ୍ଷ, ଦିନ ୧୦ଟାରେ ବାହାରି ଥିଲା ଧୂଆଁ

346 Views

ଭୁବନେଶ୍ୱର: ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଶନିବାର ସକାଳେ ନିିଆଁ ଲାଗିଥିଲା। ହସ୍ପିଟାଲର ୫ମ ମହଲାରେ ନିଆଁ ଲାଗିବା ପରେ ଏହି ମହଲାରେ ଥିବା ରୋଗୀମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ନେଇ ଏହାର ସିଇଓ ସୂଚନା ଦେଇ କହିଛନ୍ତି, ଦିନ ୧୦ଟାରେ ପ୍ରଥମେ ବ୍ୟାଟେରୀ ରୁମରୁ ସର୍ଟ ସର୍କିଟରୁ ବାହାରିଥିଲା ଧୂଆଁ । ଏହା ପରେ ବିଜୁଳି ସଂଯୋଗ କାଟି ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ପଞ୍ଚମ ମହଲାରେ ଆଇସିୟୁରେ ଥିବାର ରୋଗୀଙ୍କୁ ହୁଇଲ ଚେୟାର ଓ ଷ୍ଟ୍ରେଚର ମାଧ୍ୟମରେ  ତଳ ମହଲାକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର, ହସ୍ପିଟାଲ କର୍ମଚାରୀ, ରୋଗୀଙ୍କ ସଂପର୍କୀୟ ଓ ଅଗ୍ନିଶମ ବାହିନୀ ସହାୟତାରେ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା ।

ଏହି ଅଗ୍ନିକାଣ୍ଡ ଘଟଣାରେ କେହି ଗୁରୁତର ହୋଇନାହାନ୍ତି । ତଥାପି ୧୫ ଜଣ ରୋଗୀଙ୍କୁ ଭୁବନେଶ୍ୱରର ଆମ୍ରି, କଳିଙ୍ଗ ହସ୍ପିଟାଲ,କେୟାର ହସ୍ପିଟାଲ ଓ ସ୍ପର୍ଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ରୋଗୀଙ୍କୁ ସ୍ଥାନାନ୍ତର କରିବାରେ ସମସ୍ତ ସହଯୋଗ କରିଛନ୍ତି ବିଭିନ୍ନ ହସ୍ପିଟାଲ୍ । ତେବେ କେଉଁ କାରଣରୁ ସଟସର୍କିଟ ହେଲା ତାହାର ଯାଞ୍ଚ କରାଯିବ । ଏପରିକି ଅଗ୍ନି ନିର୍ବିପାକ ନିୟମକୁ ହସ୍ପିଟାଲ କଡାକଡି ପାଳନ କରୁଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

By amfnews

Related Post