Wed. Jan 15th, 2025

ଆନ୍ତର୍ଜାତୀୟ ସ୍ତରର ହକି ମ୍ୟାଚ୍ ପାଇଁ ଜୋର୍ଦାର ପ୍ରସ୍ତୁତି ୨୦ ହଜାର ଦର୍ଶକଙ୍କ ସମାଗମ, ୭ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା

By amfnews Nov 4, 2018 #Featured
85 Views

ରାଉରକେଲା, ନଭେମ୍ବର, ୪ : ଓଡିଶା ଏକାଦଶ ଓ ନ୍ୟୁ ସାଉଥ୍ ୱେଲ୍ସ ଏକାଦଶ ମଧ୍ୟରେ ହେବାକୁ ଥିବା ଆନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନୀ ହକି ମ୍ୟାଚ୍ ଚଳିତ ମାସ ୪ ତାରିଖ ଦିନ ହେବାକୁ ଥିବାବେଳେ ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ôଚଛି । ଆଜି ସକାଳ ପ୍ରାୟ ୭ଟା ୩୦ ମିନିଟ୍ରେ ଉଭୟ ଦଳର ଖେଳାଳୀମାନେ ଟ୍ରେନ୍ ଯୋଗେ ଆସି ରାଉରକେଲାରେ ପହଞ୍ôଚଛନ୍ତି । ସେମାନଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଛି । ପରେ ସେମାନେ ହୋଟେଲକୁ ଯାଇ ବିଶ୍ରାମ ନେଉଛନ୍ତି ।

ଦିନ ୨ଟା ବେଳେ ଉଭୟ ଦଳ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଯାଇ ସେଠାରେ ଅଭ୍ୟାସ କରିବେ । ଅଭ୍ୟାସ ପରେ ସ୍ଥାନୀୟ ହକି ଖେଳାଳୀଙ୍କ ସହ ହକି କ୍ରୀଡା ସମ୍ପର୍କରେ ମତ ବିନିମୟ କରିବେ । ପରେ ହୋଟେଲକୁ ଫେରି ରାତ୍ରୀଯାପନ କରିବେ । ପରଦିନ ଅର୍ଥାତ୍ ୪ ତାରିଖ ଦିନ ସକାଳ ପ୍ରାୟ ୬ଟା ବେଳେ ଉଭୟ ଦଳର ସଦସ୍ୟ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମକୁ ଯାଇ ସେଠାରେ ଅଭ୍ୟାସ କରିବେ । ସେଠାରୁ ଫେରି ସେମାନେ ହେଟେଲରେ ବିଶ୍ରାମ କରିବେ । ଦିନ ୧୧ଟା ବେଳେ ଉଭୟ ଦଳର ଅଧିନାୟକ ଓ କୋଚ୍, ରାଉରକେଲା ମହାନଗର ନିଗମ କମିଶନରଙ୍କ ସହ ରାଉରକେଲା କ୍ଲବ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ ।

ଦିନ ଗୋଟାଏରୁ ୨ଟା ମଧ୍ୟରେ ଉଭୟ ଦଳର ଖେଳାଳୀ ବିଜୁ ପଟ୍ଟନାୟକ ଷ୍ଟାଡିୟମକୁ ଯାଇ ପ୍ରଥମେ ୱାର୍ମ୍ଅପ୍ କରିବେ ଓ ପରେ ମ୍ୟାଚ୍ରେ ଅଂଶଗ୍ରହଣ କରିବେ । ସେହିଦିନ ରାତି ୯ଟା ବେଳେ ଉଭୟ ଦଳ ଟ୍ରେନ୍ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ମ୍ୟାଚ୍ ଦେଖିବା ପାଇଁ ସୁନ୍ଦରଗଡ ଜିଲାର କୋଣ ଅନୁକୋଣରୁ ପ୍ରାୟ ୨୦ ହଜାର ଦର୍ଶକ ସମାଗମ ହେବାର ସମ୍ଭାବନା ରହିଛି । ଦର୍ଶକଙ୍କ ସୁବିଧା ପାଇଁ ଷ୍ଟାଡିୟମରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ ସହ ୭ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।

ସୁନ୍ଦରଗଡ ଜିଲାର ବିଭିନ୍ନ ବ୍ଲକ୍ରୁ ଆସୁଥିବା ବସ୍ ଲାଗି ସେକ୍ଟର-୬ ଜି ବ୍ଲକ୍ ଫୁଟବଲ ଗ୍ରାଉଣ୍ଡ, ସେକ୍ଟର-୬ ଏଚ୍ ବ୍ଲକ୍ ଦୁର୍ଗାପୂଜା ପଡିଆ ଓ ସେକ୍ଟର-୬ ଜି ବ୍ଲକ୍ ଲକ୍ଷ୍ମୀ ପୂଜା ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେହିପରି ୪ ଚକିଆ ଛୋଟ ଯାନ ପାଇଁ ସେକ୍ଟର-୫ ସି ବ୍ଲକ୍ ଦୁର୍ଗାପୂଜା ମଣ୍ଡପ, ସେକ୍ଟର-୬ ସରସ୍ୱତୀ ଶିଶୁ ମନ୍ଦିର ପଡିଆ ଓ ସେକ୍ଟର-୪ ମଧୁବନ ନିକଟସ୍ଥ ଦୁର୍ଗାପୂଜା ପଡିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଅନୁରୂପ ଭାବେ ୨ ଚକିଆ ଯାନ ପାଇଁ ସେକ୍ଟର-୬ ଜି ବ୍ଲକ୍ ଦୁର୍ଗାପୂଜା ପଡିଆ, ସେକ୍ଟର-୩ ଜି ବ୍ଲକ୍ ଜଗନ୍ନାଥ ମନ୍ଦିର ପାଖ ଦୁର୍ଗାପୂଜା ପଡିଆ ଏବଂ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପଛ ପାଖରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।

ଦର୍ଶକମାନଙ୍କୁ ବାଟ କଢାଇବା ପାଇଁ ସହରରୁ ଷ୍ଟାଡିୟମ ଯିବା ରାସ୍ତାର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ସଂଖ୍ୟକ ସୁରକ୍ଷା କର୍ମୀ, ଅଧିକାରୀ ଏବଂ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହିବେ । ଏଥିସହ ପ୍ରମୁଖ ସ୍ଥାନମାନଙ୍କରେ ମାର୍ଗଦର୍ଶକ ଫଳକମାନ ସ୍ଥାପନ କରାଯାଇଛି । ମ୍ୟାଚ୍ର ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପରେ ମୁଖ୍ୟମନ୍ତ୍ରୀ ଉଦିତନଗର ପଡିଆରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ତଥା ଶିଳାନ୍ୟାସ ସମାରୋହରେ ଯୋଗ ଦେବେ ବୋଲି ସୂଚନା ଦିଆଯାଇଛି ।

By amfnews

Related Post