Sat. Mar 7th, 2026

ଆତଙ୍କୀ କ୍ୟାମ୍ପ ଉପରେ ଭାରତୀୟ ସେନାର ଆକ୍ରମଣ

215 Views

ନୂଆଦିଲ୍ଲୀ  : ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆଜି ଭାରତ ଆକ୍ରମଣ କରିଛି। ଭାରତୀୟ ସେନାର ଆକ୍ରମଣରେ ଅନେକ ଆତଙ୍କୀ କ୍ୟାମ୍ପ ନଷ୍ଟ ହୋଇଥିବା ସୂଚନା ରହିଛି। ଆଜି ଟଙ୍ଗଧର ସେକ୍ଟରର ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ଟଙ୍ଗଧର ସେକ୍ଟରର ବୀପରିତ ପାର୍ଶ୍ୱରରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ।

ପିଓକେରେ ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ଏକ ଅସ୍ଥାୟୀ ଆତଙ୍କୀ କ୍ୟାମ୍ପ ଖୋଲିଥିବା ସୂଚନା ରହିଛି। ଏହି ସ୍ଥାନରୁ ହିଁ ଆତଙ୍କବାଦୀମାନେ ଆସି ଭାରତର ସୀମାରେଖା ଗୁଡ଼ିକରେ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଜଣାପଡ଼ିଛି।

ଆଜି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି, ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତିନି ଜଣ ସାଧାରାଣ ଲୋକ ଆହତ ହୋଇଛନ୍ତି। କୁପଓ୍ୱାଡା ଜିଲ୍ଲାର ତନଘର ସେକ୍ଚରରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଗତ ସପ୍ତାହରେ ମଧ୍ୟ ବରମୁଲ୍ଲା ଏବଂ ରାଜୋରିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏଥିରେ ଭାରତର ଦୁଇ ଜଣ ଯବାନ ସହିଦ ହୋଇଥିଲେ।

By amfnews

Related Post