Fri. Mar 6th, 2026
290 Views

ଭୁବନେଶ୍ୱର, ସେପ୍ଟେମ୍ବର ୨୭ : ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ପୁରୀ ଏବଂ ଅର୍କକ୍ଷେତ୍ର କୋଣାର୍କକୁ ଆରମ୍ଭ ହୋଇଛି ମୋ ବସ ସେବା । କରୋନା ମହାମାରୀ ଯୋଗୁଁ ବନ୍ଦ ହୋଇଥିବା ମୋ ବସ୍ ସେବା ପୁଣି ଥରେ ଆରମ୍ଭ ହୋଇଛି। ଆଜି ଠାରୁ ଉଭୟ ରୁଟରେ ଆରମ୍ଭ ହୋଇଛି ମୋ ବସ ସେବା। ରୁଟ୍ ନମ୍ବର 50ରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ବସଷ୍ଟାଣ୍ଡରୁ ବାହାରି ପୁରୀ ଗଲା। ସେହିପରି ଅର୍କକ୍ଷେତ୍ର କୋଣାର୍କକୁ ରୁଟ୍ ନମ୍ବର ୭୦ ରେ ଗଡିଲା ବସ୍ । ତେବେ ମୋ ବସ୍‌ରେ ପୁରୀ ପାଇଁ ୭୦ ଟଙ୍କା ଭଡ଼ା‌ ରଖାଯାଇଥିବା ବେଳେ କୋଣାର୍କ ପାଇଁ ୬୦ ଟଙ୍କା ଭଡ଼ା ଧାର୍ଯ୍ୟ କରାଯାଇଛି । ବସ୍‌ରେ ଯାତାୟତ କରୁଥିବା ବେଳେ ମାସ୍କ ପିନ୍ଧିବା ଓ ସମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ କରାଯାଇଛି। ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେବାକୁ ମଧ୍ୟ କ୍ରୁଟ ପକ୍ଷରୁ ଅନୁରୋଧ କରାଯାଇଛି ।

By amfnews

Related Post