Tue. Nov 5th, 2024

ଆଜି ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ: ଉନ୍ମୋଚିତ ହେବ ‘ଲାଲୁ ଲୀଳା’ ପୁସ୍ତକ

By amfnews Oct 11, 2018 #Featured
256 Views

Khabar Odisha:Sushil-Modi-opening-his-book-Lalu-Leela-on-Jayprakash-Narayan-anniversary
ପାଟଣା, ଅକ୍ଟୋବର ୧୧ : ବିହାର ଉପ-ମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀଙ୍କ ଲିଖିତ ପୁସ୍ତକ ‘ଲାଲୁ ଲୀଳା’ ଗୁରୁବାର ଉନ୍ମୋଚନ ହେବ । ଲେଖକ ମୋଦୀ କହିଛନ୍ତି, ପ୍ରଭାତ ପ୍ରକାଶନ ଦ୍ୱାରା ପ୍ରକାଶିତ ତଥା ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦଙ୍କ ପରିବାରଙ୍କ ଦ୍ୱାରା ଅର୍ଜନ କରାଯାଇଥିବା ଦୁର୍ନୀତି ସଂପତ୍ତିକୁ ପୁସ୍ତକରେ ସ୍ଥାନ ଦିଆଯାଇଛି । ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ଏହି ପୁସ୍ତକର ଉନ୍ମୋଚନ କରାଯାଉଛି ।

ସୁଶୀଳ ମୋଦୀ ଏହି ପୁସ୍ତକରେ ଖେଖା କମ୍ପାନୀ, ଦାନ, ପାୱାର ଅଫ ଆଟର୍ଣ୍ଣି, ଜମି, ଘର ଅନ୍ୟ ସଂପତ୍ତିକୁ ଲାଲୁଙ୍କ ପରିବାର କିଭଳି ଅର୍ଜନ କରିଛନ୍ତି, ତାହା ସ୍ଥାନିତ କରିଛନ୍ତି । ଲେଖକଙ୍କ ଅନୁସାରେ କ୍ଷମତା ଓ ରାଜନୀତି ବଳରେ ଲାଲୁ ଓ ତାଙ୍କ ପରିବାର କିଭଳି ଭାବରେ ବେଆଇନ ଭାବରେ ସଂପତ୍ତି ଅର୍ଜନ କରିଛନ୍ତି, ତାହା ପୁସ୍ତକରେ ବର୍ଣ୍ଣନା କରାଯାଇଛି । ଲାଲୁ କେବଳ ନିଜର ସ୍ତ୍ରୀ ଓ ପୁଅ ଝିଅଙ୍କ ପାଇଁ ନୁହେଁ ବରଂ ଆଗାମୀ ୩ ପୀଢ଼ି ପାଇଁ ପ୍ରଚୁର ସଂପତ୍ତି ଏକାଠି ଠୁଳ କରିଥିବା ଏହି ପୁସ୍ତକରୁ ସୂଚନା ମିଳୁଛି ।

ଏହା ପୂର୍ବରୁ ମଧ୍ୟ ମୋଦୀ ଲାଲୁଙ୍କ ଜୀବନୀ ଉପରେ ପୁସ୍ତକ ଲେଖିଥିଲେ । ଜରୁରୀକାଳୀନ ପରିସ୍ଥିତି ବେଳେ ଜେଲ ଯାତନା ଉପରେ ଆଧାରିତ ପୁସ୍ତକ ‘ବିଚ ସମର ମେ’ ଓ ଲାଲୁ ପ୍ରସାଦଙ୍କ ଗୋଖାଦ୍ୟ ଦୁର୍ନୀତି ଉପରେ ପୁସ୍ତକ ‘ଚାରା ଚୋର’ ପୁସ୍ତକ ପ୍ରକାଶିତ ହୋଇଛି, ଯାହାକି ଚର୍ଚ୍ଚାର ପରିସରକୁ ଆସିପାରିଛି ।

ପୁସ୍ତକର ମୁଖବନ୍ଧରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଲେଖିଛନ୍ତି, ସୁଶୀଲ ମୋଦୀଙ୍କ ପୁସ୍ତକ ‘ଲାଲୁ ଲୀଳା’ ଲାଲୁଙ୍କ ପରିବାର ଦୁର୍ନୀତିକୁ ଜୀବନ୍ତ ପ୍ରମାଣପତ୍ର ରୂପରେ ବର୍ଣ୍ଣନା କରିଛନ୍ତି ।  ସେହିପରି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ପୁସ୍ତକ ଉପରେ ନିଜର ମତାମତ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ଭାଷାରେ ଭବିଷ୍ୟତ ପୀଢ଼ିର ଲୋକେ ମଧ୍ୟ ଲାଲୁ ଓ ତାଙ୍କ ପରିବାର ଲୋକେ କେମିତି ଦୁର୍ନୀତି ସାମ୍ରାଜ୍ୟରେ ବୁଡ଼ି ରହୁଥିଲେ ଜାଣିପାରିବେ ।

ପୁସ୍ତକ ଉନ୍ମୋଚନ ସମାରୋହରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ରାଧାମୋହନ ସିଂହ, ଗିରିରାଜ ସିଂହ, ରାମକୃପାଳ ଯାଦବ, ବିଜେପି ଉତ୍ତରପ୍ରଦେଶ ସଭାପତି ଓ ସାଂସଦ ନିତ୍ୟାନନ୍ଦ ରାୟ, ବିହାର ମନ୍ତ୍ରୀ ପ୍ରେମକୁମାର, ନନ୍ଦ କିଶୋର ଯାଦବ, ଶ୍ରବଣ କୁମାର, ମଙ୍ଗଳ ପାଣ୍ଡେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ରାଜୀବ ପ୍ରତାପ ରୁଡି ଓ ଶାହନବାଜ ହୁସେନ ସମେତ ଅନ୍ୟମାନେ ଉପସ୍ଥିତ ରହିବେ ।

By amfnews

Related Post