Fri. Mar 6th, 2026

ଆଜିଠାରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ନୂଆଦିଲ୍ଲୀ, ହାଇଦ୍ରାବାଦ୍‌ ଓ କୋଲକାତାକୁ ଉଡ଼ିବ ବିମାନ

521 Views

ଝାରସୁଗୁଡ଼ା : ଆଜିଠାରୁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନସେବା ଆରମ୍ଭ ହେଉଥିବା ନେଇ ବନ୍ଦର କତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ଘରୋଇ ସଂସ୍ଥା ସ୍ପାଇସ୍ ଜେଟ୍ ଏହି ସେବା ଆରମ୍ଭ କରିବ। ଏଥିପାଇଁ ଝାରସୁଗୁଡ଼ା ବିମାନ ବନ୍ଦରରେ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବା ଜଣାଯାଇଛି। ଆଜି ଝାରସୁଗୁଡାରୁ ପ୍ରଥମେ ଦିଲ୍ଲୀ ଅଭିମୁଖେ ଅପରାହ୍ଣ ୩ଟା ୪୦ରେ ଏକ ବିମାନ ଯାତ୍ରା କରିବ। ତା’ପରେ ଅପରାହ୍ଣ ୪ଟା ୧୦ରେ ହାଇଦ୍ରାବାଦକୁ ଅନ୍ୟ ଏକ ବିମାନ ଯାତ୍ରା କରିବ। ଏହାପରେ ରାତି ୮ଟା ୪୦ରେ କୋଲକାତାକୁ ଝାରସୁଗୁଡାରୁ ଏକ ବିମାନ ଯାତ୍ରା କରିବ ବୋଲି ଜଣାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ଗତ ବର୍ଷ ସେପ୍ଟେମ୍ବର ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡା ଆସିଏହି ବିମାନବନ୍ଦରକୁ ଉଦଘାଟନ କରିଥିଲେ। ଏହା ପରେ କେବଳ ଗୋଟିଏ ଦିନ ଏୟାର ଓଡ଼ିଶା ଭୁବନେଶ୍ୱରକୁ ବିମାନସେବା ଆରମ୍ଭ କରିଥିଲା । ମାତ୍ର ପରେ ସେହି ବିମାନସେବା ବନ୍ଦ ହୋଇଥିଲା।

By amfnews

Related Post