176 Views
ଭୁବନେଶ୍ୱର, ଡିସେମ୍ବର ୧୨ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପୁରୁଷ ହକି ବିଶ୍ୱକପରେ ଆଜିଠାରୁ ଆରମ୍ଭ ହେବ କ୍ୱାର୍ଟର୍ ଫାଇନାଲ ରାଉଣ୍ଡ । ପଦକ ଦୌଡ଼ରେ ଅଛନ୍ତି ୮ ଟି ଦଳ । ଆଜି ପ୍ରଥମ ଦିନରେ ପ୍ରଥମ ମ୍ୟାଚ୍ରେ ଅଲମ୍ପିକ୍ ବିଜେତା ଆର୍ଜେଣ୍ଟିନା ଇଂଲଣ୍ଡ ସହ ଲଢେଇ କରିବ । ସେହିଭଳି ସଂଧ୍ୟା ୭ ଟାରେ ହେବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ସହ ମୁକାବିଲା କରିବ । ବିଜୟୀ ଦଳ ସିଧାସଳଖ ସେମି ଫାଇନାଲରେ ପ୍ରବେଶ କରିବ ।
ହକି ମହାକୁମ୍ଭରୁ ଏଯାଏଁ ୧୬ଟି ଦଳ ମଧ୍ୟରୁ ୮ଟି ଦଳ ବାଦ ପଡ଼ିସାରିଲେଣି । ସେମାନେ ଏବେ ସ୍ୱଦେଶ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ଆସନ୍ତାକାଲି କ୍ୱାର୍ଟର ଫାଇନାଲ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ଜର୍ମାନୀ ବିପକ୍ଷ ବେଲଜିୟମକୁ ଭେଟିବ। ଏହା ପରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ମୁକାବିଲା ହେବ । ବିଶ୍ୱ ହକି ଲିଗରେ ନେଦରଲାଣ୍ଡ ପୂର୍ବରୁ ତିନି ତିନି ଥର ସ୍ୱର୍ଣ୍ଣ ପଦକ ହାସଲ କରି ସାରିଥିବାବେଳେ ଭାରତଠାରୁ ବହୁ ଆଗରେ ରହିଛି ।
ତେବେ ଗତକାଲି ଖେଳାଯାଇଥିବା କ୍ରସ୍ଓଭର ମ୍ୟାଚର ଶେଷ ଦିନରେ ପାକିସ୍ତାନକୁ ବେଲଜିୟମ ୫-୦ ଅତି ଶୋଚନୀୟଭାବେ ପରାସ୍ତ କରିଛି । ସେହିପରି ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ ୫-୦ ଗୋଲରେ କାନାଡାକୁ ପରାସ୍ତ କରିଥିଲା ।