Tue. May 20th, 2025

ଆଇପିଏସ୍‌ ଅଫିସର୍‌ ସାଜି ଜଣେ ମହିଳାଙ୍କ ଠାରୁ ୧ ଲକ୍ଷ ଟଙ୍କା ଠକି ନେଇଥିବା ବ୍ୟକ୍ତି ଗିରଫ

By amfnews Mar 18, 2019 #Featured
142 Views

ନୂଆଦିଲ୍ଲୀ: ଆଇପିଏସ୍‌ ଅଫିସର୍‌ ସାଜି ଦିଲ୍ଲୀ ପୁଲିସରେ ଚାକିରି କରାଇ ଦେବେ ବୋଲି ପ୍ରତିଶ୍ରୁତ ଦେଇ ଜଣେ ମହିଳାଙ୍କ ଠାରୁ ୧ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ବ୍ୟକ୍ତିଙ୍କୁ ଶୁକ୍ରବାର ଦିନ ଗିରଫ କରାଯାଇଛି। କିରାରି ବାସିନ୍ଦା ୨୯ ବର୍ଷିୟ ରାଜ ମାଲହୋତ୍ରା ହେଉଛନ୍ତି ସେ ବ୍ୟକ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

ଅଭିଯୋଗକାରିଣୀ ଦର୍ଶାଇଛନ୍ତି ଯେ ଅଭିଯୁକ୍ତ ଚାକିରି କରାଇ ଦେବା ଆଳରେ ତାଙ୍କ ଠାରୁ ୧ ଲକ୍ଷ ଟଙ୍କା ନେଇ ଯାଇଛନ୍ତି।

ଏକ ଜିମ୍‌ରେ ମାଲହୋତ୍ରା ଓ ମହିଳାଙ୍କର ପରିଚୟ ହୋଇଥିଲା। ସେ ଜଣେ ଆଇପିଏସ୍‌ ଅଧିକାରୀ ବୋଲି ତାଙ୍କୁ କହିଥିଲେ। ତାଙ୍କୁ କ୍ୟାନ୍‌ସର୍‌ ହୋଇଥିବା କଥା ବି ସେ ମହିଳାଙ୍କୁ କହିଥିଲେ।

ସେ କହିଥିଲେ କି, ସେ କର୍କଟ ରୋଗୀ ହୋଇ ନ ଥିଲେ ତାଙ୍କୁ ବାହା ହୋଇ ଥାଆନ୍ତେ। ତାଙ୍କୁ ସରକାରୀ ଚାକିରି ଖଣ୍ଡେ କରାଇ ଦେଇ ତାଙ୍କ ଭବିଷ୍ୟତ ନିରାପଦ ରଖିବେ ବୋଲି ସେ ତାଙ୍କୁ କହିଥିଲେ।

ପୁଲିସ କହିବା ଅନୁସାରେ, ମହିଳାଜଣକ ତାଙ୍କୁ ଉପେକ୍ଷା କରିବାରୁ ମାଲହୋତ୍ରା ପୁଲିସ ପୋଷାକ ପିନ୍ଧି ସେ କାମ କରୁଥିବା ସୋରୁମ୍‌କୁ ଯାଇ ସୋରୁମ୍‌ ସିଲ୍‌ କରି ଦିଆଯିବ ବୋଲି ଧମକ ଦେଇଥିଲେ। ସନ୍ଦେହ ହେବାରୁ ମହିଳା ଜଣକ ଅମର ବିହାର ଥାନାରେ ଅଭିଯୋଗ କରିଥିଲେ।

By amfnews

Related Post