Sun. Mar 8th, 2026

ଅସମ୍ଭବ ପ୍ରକାରର ଅତି ବିରାଟ କୃଷ୍ଣ ଗହ୍ଵର ଆବିଷ୍କାର କଲେ ଚୀନ୍‌ ଜ୍ୟୋତିର୍ବିଜ୍ଞାନୀ

222 Views

ବେଜିଙ୍ଗ୍‌: ଚୀନ୍‌ର ଦଳେ ଜ୍ୟୋତିର୍ବିଜ୍ଞାନୀ ଆକାଶ ଗଙ୍ଗା ନକ୍ଷତ୍ର ମଣ୍ଡଳରେ ଏଡ଼େ ବିଶାଳ କୃଷ୍ଣ ଗହ୍ଵରଟାଏ ଆବିଷ୍କାର କରିଛନ୍ତି ଯାହା ସାମ୍ପ୍ରତିକ ତାରକା ବିବର୍ତ୍ତନ ତଥ୍ୟର ବିରୋଧାଚରଣ କରୁଛି।

’ନେଚର୍‌’ ପତ୍ରିକାରେ ପ୍ରକାଶିତ ସେମାନଙ୍କ ଅଧ୍ୟୟନ ଅନୁସାରେ ସୂର୍ଯ୍ୟର ବସ୍ତୁତ୍ୱ ଠାରୁ ଏହି କୃଷ୍ଣ ଗହ୍ଵରର ବସ୍ତୁତ୍ୱ ପ୍ରାୟ ୭୦ ଗୁଣ ଏବଂ ଏହା ପୃଥିବୀ ଠାରୁ ୧୫, ୦୦୦ ଆଲୋକବର୍ଷ ଦୂରତାରେ ରହିଛି।

ଆକାଶ ଗଙ୍ଗାରେ କୃଷ୍ଣ ଗହ୍ଵରମାନ ଫୁଟି ଉଠୁଛି। ନିକଟ ନକ୍ଷତ୍ରମଣ୍ଡଳରେ ପ୍ରାୟ ୧୦୦ ନିୟୁତ ଅଦୃଶ୍ୟ ଦାନବ ଛପି ରହିଛନ୍ତି। ବିଶ୍ୱାସ କରାଯାଏ ଏହି କୃଷ୍ଣ ଗହ୍ଵର ସବୁ ସୂର୍ଯ୍ୟର ବସ୍ତୁତ୍ୱ ଠାରୁ ୨୦ ଗୁଣ ଅଧିକ ହୋଇ ପାରେ।

କିନ୍ତୁ ଆବିଷ୍କୃତ ସୂର୍ଯ୍ୟର ବସ୍ତୁତ୍ୱର ପ୍ରାୟ ୭୦ ଗୁଣ ବୃହତ୍‌ ପ୍ରକାଣ୍ଡ କୃଷ୍ଣ ଗହ୍ଵର ଥିବା ଅସମ୍ଭବ ମନେହୁଏ।

ଚୀନ୍‌ର ନ୍ୟାସ୍‌ନାଲ୍‌ ଆଷ୍ଟ୍ରୋନମିକାଲ୍‌ ଅବ୍‌ଜରଭେଟରିର ଜ୍ୟେତିର୍ବିଜ୍ଞାନୀ ଏବଂ ଅଧ୍ୟୟନ ପ୍ରଥମ ଲେଖକ ପ୍ରେସ ବିବୃତିରେ କହିଛନ୍ତି: ଏବକାର ତାରକାରାଜି ବିବର୍ତ୍ତନ ମଡେଲ୍‌ ଅନୁସାରେ, ଏଭଳି ବସ୍ତୁତ୍ୱବିଶିଷ୍ଟ କୃଷ୍ଣ ଗହ୍ଵର ସବୁ ଆମ ନକ୍ଷତ୍ର ମଣ୍ଡଳରେ ଥିବା ଅସମ୍ଭବ। ଅତି ପ୍ରକାଣ୍ଡ କୃଷ୍ଣ ଗହ୍ଵର ସବୁ ସୂର୍ଯ୍ୟ ଠାରୁ ଅନ୍ୟୂନ ଏକ ନିୟୁତ ଗୁଣ ବଡ଼ କିନ୍ତୁ, ସେ ସବୁର ସୃଷ୍ଟି ଅନିଶ୍ଚିତ। କିନ୍ତୁ ଏତେ ବଡ଼ କୃଷ୍ଣ ଗହ୍ଵର କିପରି ସୃଷ୍ଟି ହେଲା ତାହା ବୁଝାଇବା ବୈଜ୍ଞାନିକଙ୍କ ପାଇଁ ଗୋଟାଏ ଆହ୍ଵାନ।

By amfnews

Related Post