Thu. Dec 26th, 2024

ଅବସରପ୍ରାପ୍ତ ଆର୍ଏସ୍ପି କର୍ମଚାରୀଙ୍କ ବିୟୋଗରେ ଶୋକ

208 Views

ରାଉରକେଲା, ୧୨ା୧୧ : ଆଜି ଆର୍ଏସ୍ପିର ଜଣେ ଅବସରପ୍ରାପ୍ତ କର୍ମଚାରୀ ରଘୁନାଥ ମହାପାତ୍ର (୮୨)ଙ୍କ ତାଙ୍କ ଛେଣ୍ଡ ସ୍ଥିତ ବାସଭବନରେ ବିୟୋଗ ହୋଇଛି । ତାଙ୍କ ମୃତ୍ୟୁରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । କଟକ କୁଲଶ୍ରୀ ଗ୍ରାମର ମୂଳ ବାସିନ୍ଦା ସ୍ୱର୍ଗତ ମହାପାତ୍ର ଆର୍ଏସ୍ପିର କୋଲ୍ଡ ରୋଲିଂ ମିଲ୍ରେ ସିନିୟର ଅପରେଟର ଭାବେ ଯୋଗଦାନ କରିଥିଲେ ।

ସ୍ୱର୍ଗତ ମହାପାତ୍ର ନିଜର କର୍ତ୍ତବ୍ୟ ପରାୟଣତା ଯୋଗୁଁ ଆର୍ଏସ୍ପିର ଜଣେ ଦକ୍ଷ କର୍ମଚାରୀ ଭାବେ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ସେହିଦିନ ଠାରୁ ସେ ରାଉରକେଲାର ଛେଣ୍ଡ କଲୋନୀ ସ୍ଥିତ ଏଲ୍ସିଆର୍-୫୩୫ରେ ତାଙ୍କ ପରିବାର ସହ ରହିଆସୁଛନ୍ତି । ଛେଣ୍ଡ ଅଞ୍ଚଳରେ ମଧ୍ୟ ତାଙ୍କର ଆଚାର ବ୍ୟବହାର ମାଧ୍ୟମରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ୧୯୯୩ ମସିହାରେ ସେ ଆର୍ଏସ୍ପିରୁ ଅବସରଗ୍ରହଣ କରି ଛେଣ୍ଡ ସ୍ଥିତ ବାସଭବନରେ ପରିବାର ସହ ରହିଆସୁଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଦୁଇ ପୁଅ ବିବେକ ମହାପାତ୍ର ଓ ସାରଦା ମହାପାତ୍ର, ବୋହୂ ଓ ନାତିନାତୁଣୀମାନେ ନିକଟରେ ଉପସ୍ଥିତ ଥିଲେ । ଆଜି ଅପରାହ୍ନରେ ସ୍ୱର୍ଗତ ମହାପାତ୍ରଙ୍କ ଅନ୍ତ୍ୟେଷ୍ଟିକ୍ରିୟା ବେଦବ୍ୟାସ ଠାରେ କରାଯାଇଛି । ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଯୋଗ ଦେଇଥିଲେ ।

By amfnews

Related Post