Sun. Mar 8th, 2026

ଅନଶନର ତ୍ରୟୋଦଶ ଦିନ ଅଚେତ ହୋଇଗଲେ ଡିସିଡବ୍ଲୁ ମୁଖ୍ୟ ସ୍ୱାତୀ ମାଲିଓ୍ଵାଲ୍‌

169 Views

ନୂଆଦିଲ୍ଲୀ: ଅନଶନରତ ଦିଲ୍ଲୀ ମହିଳା କମିସନ୍‌ର ମୁଖ୍ୟ ସ୍ୱାତୀ ମାଲିଓ୍ଵାଲ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ରବିବାର ସକାଳେ ତାଙ୍କୁ ଲୋକ ନାୟକ ଜୟପ୍ରକାଶ ନାରାୟଣ ହସ୍‌ପିଟାଲ୍‌କୁ ନିଆଯାଇଛି।

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନଙ୍କୁ ଛଅ ମାସ ମଧ୍ୟରେ ମୃତ୍ୟୁଦଣ୍ଡ ଦେବାକୁ ଦାବି କରି ସେ ଡିସେମ୍ବର ୩ ତାରିଖରୁ ଅନଶନରେ ବସିଥିଲେ। ଆଜି ସକାଳେ ସ୍ୱାତୀ ଅଚେତ ହୋଇପଡ଼ିଲେ।

ସମଗ୍ର ଦେଶରେ ତୁନ୍ତର ନୂଆ ‘ଦିଶା ବିଲ୍‌’ ପ୍ରଚଳନ କରିବାକୁ ଦାବି କରି ସେ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖିଥିଲେ। ଦିଶା ବିଲ୍‌ ଅନୁସାରେ, ମହିଳାଙ୍କ ପ୍ରତି କ୍ରୂର ଆଚରଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଗତ ମାମଲା ୨୧ ଦିନ ମଧ୍ୟରେ ଫଏସଲା କରି ମୃତ୍ୟୁ ଦଣ୍ଡାଦେଶ ଦିଆଯିବ।

ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶ ବିଧାନସଭା ଦିଶା ବିଲ୍‌କୁ ଅନୁମୋଦନ କରିଛି।

ସେ ଆହୁରି କହିଲେ ଯେ ମହିଳା ଓ ଝିଅମାନଙ୍କ ସୁରକ୍ଷା ନିମନ୍ତେ ଗଠନମୂଳକ ନିଷ୍ପତ୍ତି ନ ନେଇ ସାଂସଦମାନେ ଶୀତକାଳୀନ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ସମୟ ଅପଚୟ କଲେ। ଯଦି ଆନ୍ଧ୍ର ସରକାର ଏହି ଐତିହାସିକ ନିଷ୍ପତ୍ତି ନେଇ ପାରୁଛନ୍ତି, ତେବେ କେନ୍ଦ୍ର ସରକାର କାହିଁକି ସେତିକି ଜରୁରୀ ଓ ଚିନ୍ତା ପ୍ରକଟ କରୁ ନାହାନ୍ତି।

By amfnews

Related Post