Sat. Mar 7th, 2026

ଅଦ୍ଭୁତ ଶିଶୁର ଜନ୍ମ ,କଟକ ଶିଶୁ ଭବନ କୁ ସ୍ଥାନାନ୍ତର

330 Views

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଳ କାମାକ୍ଷାନଗର ଉଷଖଣ୍ଡ ଚିକିତ୍ସାଳୟରେ ରବିବାର ଏକ ଅଦ୍ଭୁଦ  ଶିଶୁର ଜନ୍ମ ହୋଇଛି । ଶରୀର ତୁଳନାରେ ଶିଶୁଟିର ମୁଣ୍ଡ ବହୁତ ବଡ ହୋଇଥିବା ବେଳେ ମୁଣ୍ଡଟି କାନ୍ଧ ସହ ଲାଗିରହିଛି । ଶିଶୁଟି କୁ  ଦେଖିବାକୁ ମେଡିକାଲରେ ଖୁବ ଭିଡ ଜମିରହିଥିଲା ।

ଡାକ୍ତର ଙ୍କ କହିବାନୁଯାୟୀ ଶିଶୁଟିର ଅବସ୍ଥା ସ୍ଥିର ରହିଥିବା ବେଳେ ଅଧିକ ପରିକ୍ଷା ନିରିକ୍ଷା ତଥା ଚିକିତ୍ସା ପାଇଁ କଟକ ଶିଶୁ ଭବନ କୁ ସ୍ଥାନାନ୍ତର କରାଯାଇଛି ।ସୁଚନା ଅନ୍ୟୁାୟୀ କାମାକ୍ଷାନଗର ଉପଖଣ୍ଡ କଙ୍କଡାହାଡ ବ୍ଳକ ବାଟଗାଁ ପଞ୍ଚାୟତ ଗୋଡିସାହିର ଡୁଲଆ ବେହେରା ଙ୍କ ପତ୍ନୀ ସୁଜାତା ବେହେରା ପ୍ରସବ ଜନିତ କଷ୍ଟ ହେବାରୁ ରବିବାର ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତି କରାଯାଇଥିଲା ।

ଦିନ ୧୦.୫୦ ମିନିଟ୍ରେ ସୁଜାତା ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଥିଲେ ।ଜନ୍ମ ସମୟରେ ଶିଶୁକନ୍ୟାଟିର ଓଜନ ୩ କିଲୋଗ୍ରାମ ଥବାବେଳେ ସାଧାରଣ ଭାବେ ଜନ୍ମ ହୋଇଥିଲା । କିନ୍ତୁ ତାର ମୁଣ୍ଡଟି ଅପେକ୍ଷାକୃତ ବହୁତ ବଡ ହୋଇଥିବା ବେଳେ ତାହା କାନ୍ଧ ସହ ଲାଗିହୋଇ ରହିଥିଲା ।ଶିଶୁ କନ୍ୟା ଟିକୁ ଜନ୍ମ  ଦେଇ ମା ବାପା ଗୋଟିଏ ପଟରେ ଖୁସିହୋଇ ଯାଇଥିବା ବେଳେ ଅନ୍ୟପଟେ ଶିଶୁର ଏଭଳି ଅବସ୍ଥା ଦେଖି କାନ୍ଦି ପକାଇଥିଲେ  । ଡାକ୍ତର ଦିଲିପ କର ଶିଶୁ କନ୍ୟାଟିର ଅବସ୍ଥା ସ୍ଥିର ବୋଲି କହିଥିବା ବେଳେ ଅଧିକ ଚିକିତ୍ସାପାଇଁ କଟକ ସ୍ଥାନନ୍ତରିତ କରିଛନ୍ତି ।

Related Post