Fri. Apr 26th, 2024

ଜିଲା କଂଗ୍ରେସର ମିଶ୍ରଣ ପର୍ବ

rklsanchar@gmail.com' By J.N. Pradhan Jun 25, 2018 #Featured
144 Views

ରାଉରକେଲା, ୨୫/୬: ଜିଲା କଂଗ୍ରେସ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦଳୀୟ ସଭାପତି ରବି ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବନ୍ଧମୁଣ୍ଡାରୁ ଆସିଥିବା ଅଜିତ କୁମାର ସାହୁ ଓ ଦିଗାମ୍ବର ମଣ୍ଡଳଙ୍କ ନେତୃତ୍ୱରେ ଆଜି ବହୁ ଲୋକ କଂଗ୍ରେସରେ ଯୋଗଦାନ କରିଥିଲେ । କଂଗ୍ରେସରେ ସେମାନେ ଅତୀତରେ ଥିଲେ ଏବଂ ୨୦୧୪ରେ ବିଭିନ୍ନ ପ୍ରକାର ମନୋମାଳିନ୍ୟ ଯୋଗୁଁ ଦଳଠାରୁ ଦୂରେଇ ଯାଇଥିଲେ ।

ଆଜି ସେମାନେ ଆନ୍ତରିକତା ସହିତ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ବରିଷ୍ଠ ନେତା ଅଜିତ ସାମଲ, ଏସ୍.ସି. ପାଣି, କୀର୍ତ୍ତନ ଦାସ, ଶିବୁ ସାହୁ, ମହମ୍ମଦ ସାକିର, ଆର୍.ପି. ସିଂ, ଅଜିତ କୁମାର ସାହୁ, ରଘୁ ଦାସ ସମସ୍ତେ କଂଗ୍ରେସ ଦଳରେ ଯୋଗଦାନ କରିôତବାରୁ ସମସ୍ତଙ୍କୁ ଫୁଲମାଲ ଦେଇ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧା ଦିବସରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ବିଭିନ୍ନ ବକ୍ତାମାନେ ସ୍ୱର୍ଗତ ଚୌଧୁରୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ।

ଯେଉଁ ବକ୍ତାମାନେ ସେମାନଙ୍କ ବକ୍ତବ୍ୟ ଦେଇଥିଲେ ସେମାନେ ହେଲେ ସଇଫୁଦ୍ଦିନ ଖାନ, ପୁରୁଷୋତ୍ତମ ପାତ୍ର, ସାବିର ହୁସେନ, ସୁଶୀଲ ମହାନ୍ତି, କେ. ବାସୁଦେବ, ଶୁକ୍ରୁ ଓରାମ, ଶଙ୍କର ଓରାମ, ଭାସ୍କର ଖିଲାର, ଶଙ୍କର ଅଗ୍ରୱାଲ ଏବଂ ଅନ୍ୟମାନେ । ପ୍ରଦୀପ ବେହେରା, ଅମୀତ ସିଂ, ଧର୍ମା ନାକେ, ସନ୍ଦୀପନ ମହାପାତ୍ର, ବିରଜୁ ପୁରୋହିତ, ଦିନେଶ ବେହେରା, ସଞ୍ଜୟ ଜେନା ଉପସ୍ଥିତ ଥିବାବେଳେ ବାସୁ ବାନାର୍ଜୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Related Post