Wed. Mar 11th, 2026
273 Views

ରାଜଗାଙ୍ଗପୁର : ରାଜଗାଙ୍ଗପୁର ଷ୍ଟେସନରୁ ୯ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସମସ୍ତଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ତଳସରା ଅଞ୍ଚଳରେ। ଗତକାଲି ସନ୍ଧ୍ୟାରେ ଏହି ଶ୍ରମିକମାନେ ଗୋଆ ଯିବା ପାଇଁ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ରାଜଗାଙ୍ଗପୁର ପୁଲିସ୍ କୌଣସି ସୂତ୍ରରୁ ଖବରପାଇ ସେମାନଙ୍କୁ ଉଦ୍ଧାର କରିଥିଲା। ରାଜଗାଙ୍ଗପୁର ଥାନା ଅଧିକାରୀ କହିଛନ୍ତି ଯେ, ସମସ୍ତ ଶ୍ରମିକ ସାବାଳକ। ନିଜ ଇଚ୍ଛାରେ ସେମାନେ ଦାଦନ ଖଟିବାକୁ ଯାଉଥିଲେ ବୋଲି କହିଛନ୍ତି। ଅଧିକ ତଦନ୍ତ ପାଇଁ ସମସ୍ତଙ୍କୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।

By amfnews

Related Post