172 Views
ଭୁବନେଶ୍ୱର : ରାଜ୍ୟର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍କେଓ୍ଵାଇ ଆରମ୍ଭ ହୋଇଛି। ମେଡିକାଲ କଲେଜ ସମେତ ୮୫୦୦ ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନ ଓ ୨୦୮ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନରେ ଏହି ସୁବିଧା ମିଳିବ।
ରାଜ୍ୟର ୭୦ଲକ୍ଷ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ଓ ପରିବାରର ମହିଳା ସଦସ୍ୟଙ୍କ ପାଇଁ ୭ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ। ବିଜୁ କୃଷକ କଲ୍ୟାଣ ଯୋଜନା ବା ବିକେକେଓ୍ଵାଇ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ବା ଆରଏସ୍ବିଓ୍ଵାଇ କାର୍ଡଧାରୀ ଓ ଗ୍ରାମାଞ୍ଚଳରେ ବାର୍ଷିକ ୫୦ହଜାର ଟଙ୍କାରୁ କମ୍ ଓ ସହରାଞ୍ଚଳରେ ୬୦ହଜାର ଟଙ୍କାରୁ କମ୍ ଆୟକାରୀ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି।