Sun. Mar 8th, 2026

୮ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କଲେ ଦୁଇ ନାବାଳକ

214 Views

ଭୋପାଳ: ମଧ୍ୟ ପ୍ରଦେଶରେ ଗତ କିଛି ଦିନ ହେବ ନାବାଳିକାଙ୍କ ସହ ଦୁଷ୍କର୍ମ ଘଟୁଥିବା ଘଟଣା ଶେଷ ହେବାର ନାଆଁ ନେଉ ନାହିଁ। ଯେମିତି ଲାଗୁଛି ଅପରାଧୀମାନଙ୍କ ମନରେ ପୁଲିସ ବା ସରକାରଙ୍କୁ ଡର ନାହିଁ। ନିକଟରେ ମଧ୍ୟପ୍ରଦେଶର ସିଙ୍ଗରୌଲାଠାରେ ଦୁଇ ଜଣ ନାବାଳକ ଜଣେ ୮ ବର୍ଷୀୟା ନାବାଳିକା ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ପୁଲିସ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିବା ଜଣାଯାଇଛି।

ନାବାଳିକା ଜଣକ ମଙ୍ଗଳବାର ଗାଆଁର ଏକ ପୋଖରୀରେ ଗାଧୋଉଥିଲେ। ସେତେବେଳେ ୧୫ ବର୍ଷର ଏକ ନାବାଳକ ଓ ୧୬ ବର୍ଷର ଏକ ନାବାଳକ ପୀଡ଼ିତାଙ୍କୁ ସେଠାରୁ ଉଠାଇ ଏକ ଶୂନଶାନ ଜାଗାକୁ ନେଇଥିଲେ। ସେଠାରେ ଦୁହେଁ ପୀଡ଼ିତା ସହ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଘରକୁ ଫେରିବା ବେଳେ ତାଙ୍କ ଶରୀର ରକ୍ତାକ୍ତ ହୋଇଥିଲା ,କିନ୍ତୁ ସେ କିଛି କହିପାରୁନଥିଲା।

ଏହାପରେ ପୀଡ଼ିତାକୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସେ ଡାକ୍ତରଙ୍କୁ ତା’ସହ ଘଟିଥିବା ଘଟଣା ବର୍ଣ୍ଣନା କରିଥିଲା। ଏହାପରେ ଥାନା ଅଧିକାରୀ ଦୁଇ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରିଥିଲେ।

By amfnews

Related Post