Sat. Mar 7th, 2026

୭୭ବର୍ଷର ବୃଦ୍ଧ ପତ୍ନୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ବଖାଣିଲେ ସେଦିନର ଘଟଣାକୁ

352 Views

ଗୁରୁଗ୍ରାମ: ୪୦ଲକ୍ଷ ଟଙ୍କାରୁ କରଜ ଫେରସ୍ତ ନମିଳିବା ତଥା ଉଧାରି ନେଇଥିବା ବ୍ୟକ୍ତି ନିଖୋଜ ଥିବା ନେଇ ଚିନ୍ତାରେ ପଡ଼ି ଥିବା ୭୭ବର୍ଷର ବୃଦ୍ଧ ନିଜ ପତ୍ନୀଙ୍କୁ କାହିଁକି ହତ୍ୟା କରିଥିଲେ ସେନେଇ ମୁହଁ ଖୋଲିଛନ୍ତି। ଉକ୍ତ ବ୍ୟକ୍ତିଙ୍କ ନାମ ହରନେକ୍‌ ସିଂହ ବୋଲି ଜଣାପଡ଼ିଛି।

ହରନେକ୍‌ ସିଂହ ପତ୍ନୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେଥିରୁ ବର୍ତ୍ତି ଯାଇଥିଲେ ଓ ଗମ୍ଭୀର ଅବସ୍ଥାରେ ଉଦ୍ଧାର ହୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ।

ସୂଚନାଯୋଗ୍ୟ, ଗୁଡ଼ଗ୍ରାମରେ ଡିଏଲଏଫ୍‌-୨ର ଜେ ବ୍ଲକ୍‌ରେ ରହୁଥିବା ହରନେକ୍‌ ସିଂହ ପତ୍ନୀଙ୍କୁ ହତ୍ୟା ପରେ ନିଜ ଶିରା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପତ୍ନୀକୁ ହତ୍ୟା କରିଥିବା ନେଇ ବୁଧବାର ତାଙ୍କୁ ଗିରଫ କରାଯାଇଛି। ସୋମବାର ଓଟାପ୍ସି ପରେ ପତ୍ନୀ ହତ୍ୟାର ପୃଷ୍ଟି ହେବା ପରେ ହରନେକ୍‌ଙ୍କ ବିରୋଧରେ ଧାରା ୩୦୨ ଓ ୩୦୯ (ଆତ୍ମହତ୍ୟା ଉଦ୍ୟମ) କରିଥିବା ଆଧାରରେ ମାମଲା ରୁଜୁ ହୋଇଛି।

ଡାକ୍ତରଙ୍କ ଦ୍ୱାରା ସୁସ୍ଥ ବୋଲି ଘୋଷଣା କରାଯିବା ପରେ ବୁଧବାର ହରନେକ୍‌ଙ୍କ ବୟାନ୍‌ ରେକର୍ଡ କରାଯାଇଥିଲା। ହରନେକ୍‌ଙ୍କ କହିବାନୁସାରେ, ଦମ୍ପତ୍ତି ଆତ୍ମହତ୍ୟା କରିବା ନେଇ ପୂର୍ବରୁ ଯୋଜନା ବନାଇ ଥିଲେ, କିନ୍ତୁ ପତ୍ନୀ ଗୁରମେଲ ଆତ୍ମହତ୍ୟା କରି ପାରୁ ନଥିଲେ, ସେଥିପାଇଁ ତାଙ୍କ ଗଳା ଦବାଇବାକୁ ପଡ଼ିଥିଲା। ପତ୍ନୀଙ୍କ ଗଳା ଚିପି ହତ୍ୟା କରିବା ପରେ ନିଜର ହାତ ଶିରା କାଟି ଆତ୍ମହତ୍ୟା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବଞ୍ଚି ଯାଇଥିଲେ। ଦୁହେଁ ଅନେକ ଦିନ ହେବ ଚିନ୍ତାରେ ଥିଲେ କାରଣ, ଜସକରନ୍‌ ସିଂହ (୫୧) ଯିଏକି ଏହି ଦମ୍ପତ୍ତିଙ୍କଠାରୁ ୪୦ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ।

By amfnews

Related Post