Fri. Mar 6th, 2026

୭୬ତମ ଜନ୍ମ ଦିନ କିପରି ପାଳିବେ ଅମିତାଭ ବଚ୍ଚନ!

341 Views

ମୁମ୍ବାଇ: ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ ଅକ୍ଟୋବର ୧୧ ତାରିଖରେ ୭୬ ବର୍ଷରେ ପଦାର୍ପଣ କରୁଛନ୍ତି। ସେ ଗତ ବର୍ଷ ଜନ୍ମ ଦିନକୁ ମାଲଦୀପରେ ଖୁବ୍‌ ଧୁମ୍‌ଧାମରେ ସେଲିବ୍ରେଟ୍‌ କରିଥିଲେ। ହେଲେ ଏ ବର୍ଷ ବିଗ୍‌ ବି ଖୁବ୍‌ ନିରାଡମ୍ବର ଭାବେ ୭୬ ତମ ବାର୍ଥ ଡେ ସେଲିବ୍ରେଟ୍‌ କରିବେ ବୋଲି ଜଣାଯାଇଛି।
ଅମିତାଭ ବଚ୍ଚନ ଚାହୁଁଛନ୍ତି ଯେ ଏଥର ତାଙ୍କ ଜନ୍ମ ଦିନରେ କୌଣସି ପାର୍ଟି ନ ହେଉ କି କୌଣସି ପ୍ରକାରର ସେଲିବ୍ରେସନ୍‌ ହେଉ। କେବଳ ପୂଜା ପାଠ ଭିତରେ ତାହା ସୀମିତ ରହୁ।

ଅମିତାଭ ବଚ୍ଚନଙ୍କ ଏଭଳି ନିଷ୍ପତ୍ତି ପଛରେ ଦୁଇଟି କାରଣ ଥିବା କୁହାଯାଉଛି। ପ୍ରଥମ କାରଣ ହେଲା ଯେ,ସୋ’ ମ୍ୟାନ୍‌ ରାଜ କପୁରଙ୍କ ପତ୍ନୀ କ୍ରିଷ୍ଣା ରାଜ କପୁରଙ୍କର ପରଲୋକ। ସେ ଥିଲେ ଅମିତାଭ ବଚ୍ଚନଙ୍କ ସମୁଦୁଣୀଙ୍କ ମାଆ। ଅର୍ଥାତ୍‌ ବିଗ୍‌ ବିଙ୍କ ଝିଅ ଶ୍ୱେତା ବଚ୍ଚନଙ୍କ ଶାଶୁଙ୍କ ମାଆ।
ଖାଲି ସେତିକି ନୁହେଁ ଅମିତାଭ ବଚ୍ଚନଙ୍କ ସମୁଦି ରାଜନ ନନ୍ଦାଙ୍କର ମଧ୍ୟ ଆକସ୍ମିକ ବିୟୋଗ ଘଟିଛି ଗତ ଅଗଷ୍ଟ ମାସରେ ଏହି ଦୁଃଖଦ ଖବର ପାଇବା ମାତ୍ରେ ଅମିତାଭ ‘ଠଗ୍‌ସ ଅପ୍‌ ହିନ୍ଦୋସ୍ତାନ୍‌’ର ସୁଟିଂ ଛାଡ଼ି ଭାରତ ଫେରିଥିଲେ।

ଏହି ଦୁଇଟି ଦୁଃଖଦ ଘଟଣାକୁ ଆଖି ଆଗରେ ରଖି ଅମିତାଭ ବଚ୍ଚନ ଏଥର ନିଜର ୭୬ ତମ ଜନ୍ମ ଦିବସକୁ ଖୁବ୍‌ ନିରାଡମ୍ବର ଭାବେ ପାଳନ କରିବାକୁ ମନସ୍ଥ କରିଛନ୍ତି।

By amfnews

Related Post