Sat. Mar 7th, 2026

୭୦ ବର୍ଷରେ ସବୁଠୁ ଖରାପ ଅର୍ଥବ୍ୟବସ୍ଥାରେ ଦେଶ: ନୀତି ଆୟୋଗ ଉପାଧ୍ୟକ୍ଷ

185 Views

ନୂଆଦିଲ୍ଲୀ  : କେନ୍ଦ୍ର ସରକାରଙ୍କ ଥିଙ୍କ୍ ଟ୍ୟାଙ୍କ୍ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଦେଶର ଅର୍ଥବ୍ୟବସ୍ଥାକୁ ନେଇ ନିଜର ମତ ରଖିଛନ୍ତି। ଦୀର୍ଘ ୭୦ ବର୍ଷ ଭିତରେ ସବୁଠାରୁ ଖରାପ ସ୍ଥିତି ଦେଇ ଦେଶର ଅର୍ଥ ବ୍ୟବସ୍ଥା ଗତି କରୁଛି ବୋଲି ସେ କହିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ଆଗକୁ ନେବାକୁ ହେଲେ ପୁଞ୍ଜି ନିବେଶ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟର ପ୍ରଭାବ ଆର୍ଥିକ ବିକାଶରେ ବାଧକ ଦେଖାଦେଲାଣି। ଏଭଳି ସ୍ଥିତିରେ ଘରୋଇ କ୍ଷେତ୍ରରେ ପୁଞ୍ଜି ନିବେଶ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଯାହାର ପରିଣାମ ମଧ୍ୟମ ବର୍ଗଙ୍କ ଉପରେ ପଡ଼ିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଏବେ ଘରୋଇ କ୍ଷେତ୍ରରେ ନିବେଶ ପାଇଁ କେହି ଆଗ୍ରହ ପ୍ରକାଶ କରୁ ନାହାନ୍ତି। କାରଣ ଖରାପ ଅର୍ଥବ୍ୟବସ୍ଥା ପାଇଁ କେହି କାହାରି ଉପରେ ବିଶ୍ୱାସ କରିପାରୁ ନାହାନ୍ତି। ତେଣୁ କେହି ଆଉ ପୁଞ୍ଜି ନିବେଶ ନକରି ସେଭିଙ୍ଗସରେ ଏହାକୁ ରଖୁଛନ୍ତି। ତେଣୁ ସେହି ଟଙ୍କା କିଭଳି ବଜାରକୁ ଆସିବ ତା ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ରାଜୀବ କୁମାର କହିଛନ୍ତି।

୨୦୦୯-୧୪ ୟୁପିଏ ୨ ସରକାର ବେଳେ ଆଖିବୁଜା ଋଣ ଦିଆଯାଇଥିବାରୁ ଦେଶରେ ଏଭଳି ଖରାପ ଅର୍ଥବ୍ୟବସ୍ଥା ଆସିଛି ବୋଲି ରାଜୀବ କୁମାର କହିଛନ୍ତି । ଏହି ସମୟରେ ଦିଆଯାଇଥିବା ଅଧିକାଂଶ ଋଣ ନନ୍‌ ପରଫରମିଙ୍ଗ ଆସେଟ୍‌ (ଏନପିଏ)ରେ ପରିଣତ ହୋଇଛି। ପରିଣାମସ୍ୱରୂପ ବ୍ୟାଙ୍କ ନୂଆ ଋଣ ଦେଇ ପାରୁ ନାହିଁ।

By amfnews

Related Post