ପାକିସ୍ତାନୀ ଖବର କାଗଜ ଡନରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଥିଙ୍କ୍ ଟେକ୍ ଲିରନେସିଆ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ପାକିସ୍ତାନର ୨୦୦୦ ପରିବାରକୁ ସାମିଲ କରାଯାଇଥିଲା । ଯେଉଁଥିରେ ଜଣା ପଡିଥିଲା କି ୧୫ରୁ ୬୫ ବର୍ଷ ବୟସର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ୩୦ ପ୍ରତିଶତ ଲୋକ ହିଁ ଇଂଟରନେଟ ବାବଦରେ ଜାଣିଛନ୍ତି ।
ଲିରନେସିଆ ଦାବି କରିଛି କି, ଏକ ନୂଆ କୌଶଳରେ ୨୦୧୭ ମସିହା ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏକ ସର୍ଭେ କରାଯାଇଥିଲା । ଯେଉଁଥିରେ ବିଶ୍ୱର କେଉଁ ଦେଶର ଜନତା ଇଂଟରନେଟ ବ୍ୟବହାର ସମ୍ବନ୍ଧରେ କେତେ ଜାଣିଛନ୍ତି ସେ ନେଇ ତଥ୍ୟ ଦିଆ ଯାଇଥିଲା ।
ରିପୋର୍ଟରେ ଆହୁରି କୁହାଯାଇଛି କି, ସିମ୍ ରେଜିଷ୍ଟ୍ରେସେନ ବ୍ୟତୀତ ପାକ୍ ଟେଲିକମ୍ ସାଇଟରେ ୧୫୨ ମିଲିୟନ ୟୁଜରଙ୍କ ସମ୍ପୂର୍ଣ୍ଣ ତଥ୍ୟ ରହିଛି । ଜନ ସଚେତନାର ଅଭାବ ଯୋଗୁଁ ପାକିସ୍ତାନର ଏହି ଅବସ୍ଥା । ପୁରୁଷଙ୍କ ତୁଳନାରେ ପାକ୍ ମହିଳା ୪୩ପ୍ରତିଶତ କମ୍ ଇଂଟରନେଟ ବ୍ୟବହାର କରିଥାନ୍ତି । ଭାରତରେ ଏହି ଅନ୍ତର ୫୭ ପ୍ରତିଶତ ଥିବା ବେଳେ ବାଂଲାଦେଶରେ ୬୨ ପ୍ରତିଶତ ରହିଛି ।