Sat. May 3rd, 2025

୭ବର୍ଷ ମଧ୍ୟରେ ଜେଲ୍ ଭିତରେ ରହି ଏତିକି ଲକ୍ଷ ଟଙ୍କା ଆୟ କରିଛନ୍ତି ନିର୍ଭୟା ଦୋଷୀ

By amfnews Jan 15, 2020 #Featured
179 Views

ନୂଆଦିଲ୍ଲୀ: ସାରା ଦେଶକୁ ଦୋହଲାଇ ଦେଇଥିବା ନିର୍ଭୟା ଗଣଦୁଷ୍କର୍ମର ଦୋଷୀମାନଙ୍କୁ ଜାନୁଆରି ୨୨ ତାରିଖରେ ଫାଶୀ ଦିଆଯିବା ନିଷ୍ପତ୍ତି ହୋଇଥିଲେ ହେଁ  ଏବେ ଦୋଷୀ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିବାରୁ ଫାଶୀ ତାରିଖ ଘୁଞ୍ଚିପାରେ ବୋଲି ଜଣା ପଡ଼ିଛି। ତେବେ ଏ ସବୁ ମଧ୍ୟରେ ଜେଲରେ ୭ବର୍ଷ କାଳ ରହି ନିର୍ଭୟା ଦୋଷୀ କେତେ ଟଙ୍କା ଆୟ କରିଛନ୍ତି, ତାହାର ଖୁଲାସା ହୋଇଛି। ନିର୍ଭୟାର ୪ ଜଣ ଦୋଷୀଙ୍କ ମଧ୍ୟରୁ ମୁକେଶ ୭ ବର୍ଷ ମଧ୍ୟରେ କୌଣସି କାମ କରି ନ ଥିବା ବେଳେ ଅନ୍ୟ ୩ ଜଣ ଦୋଷୀ ମିଶି ୧ଲକ୍ଷରୁ ଅଧିକ ଟଙ୍କା ଆୟ କରିଥିବା ଜଣାପଡ଼ିଛି।

ତିହାର୍ ଜେଲ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ନିର୍ଭୟା ଦୋଷୀ ମୁକେଶ କୌଣସି କାମ କରି ନ ଥିବା ବେଳେ ଦୋଷୀ ଅକ୍ଷୟ ଠାକୁର ଦିନ ମଜୁରିଆ ଭାବେ କାମ କରି ୬୯,୦୦୦ ଟଙ୍କା  ଆୟ କରିଥିବା ସହ ପବନ ୨୯,୦୦୦ଟଙ୍କା ଆୟ କରିଥିଲା। ସେହି ଭଳି ଭାବେ ତୃତୀୟ ଦୋଷୀ ବିନୟ ଶର୍ମା ୩୯,୦୦୦ଟଙ୍କା ଆୟ କରିଥିଲା।

मुकेश ने दाखिल की राष्ट्रपति के समक्ष दया याचिका

ତେବେ ୪ ଦୋଷୀଙ୍କୁ ଫାଶୀ ‌ଦିଆଯିବାର ସମସ୍ତ ପ୍ରକ୍ରିୟା ଶେଷ ହୋଇ ସାରିଥିବା ବେଳେ ଦିନ ମଧ୍ୟ ଧାର୍ଯ୍ୟ ସାରିଥିଲା। କିନ୍ତୁ ଏବେ ଦୋଷୀମାନେ ରାଜକ୍ଷମା ପାଇଁ ଆବେଦନ କରିଥିବାରୁ, ଏହା ଉପରେ କୌଣସି ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ଫାଶୀ ଦିଆଯାଇପାରିବ ନାହିଁ ବୋଲି ଦିଲ୍ଲୀ ସରକାର ଆଜି ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି। ଏହା ଦ୍ବାରା ଜାନୁଆରି ୨୨ରେ ଫାଶୀ ହେବ ନା ନାହିଁ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

By amfnews

Related Post