Sun. Mar 8th, 2026

୭ ଲକ୍ଷ କଶ୍ମୀରବାସୀଙ୍କ ପକ୍ଷରୁ ହଷ୍ଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଲେ କଶ୍ମୀରୀ ପଣ୍ଡିତ ସମୁହ

149 Views

ହଷ୍ଟନ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ଟେକ୍ସାସ ପ୍ରଦେଶର ହଷ୍ଟନ ସହରରେ ପହଞ୍ଚି ଆମେରିକାରେ ରହୁଥିବା ଜଣେ କଶ୍ମୀରୀ ପଣ୍ଡିତ ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ସେ ୭ ଲକ୍ଷ କଶ୍ମୀରବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବାଲାଗି ପ୍ରଥମେ ତଙ୍କେର ହାତରେ ଚୁମ୍ବନ ଦେଇଛନ୍ତି। ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ସେ ପ୍ରଶଂସା କରିବା ସହ ରାଜ୍ୟର ବିକାଶ ପାଇଁ ମୋଦୀଙ୍କ ପ୍ରତିଟି ନିଷ୍ପତ୍ତିରେ ମୋଦୀଙ୍କୁ ସାଥ ଦେବେ ବୋଲି କହିଛନ୍ତି।

ମୋଦୀଙ୍କ ସହ ସାକ୍ଷାତ କରିବା ପରେ ସୁରିନ୍ଦର କୌଲ କହିଛନ୍ତି ‘୭ଲକ୍ଷ କଶ୍ମୀରବାସୀଙ୍କ ତରଫରୁ ଆମେ ଧନ୍ୟବାଦ ଦେଇଛୁ। ଜମ୍ମୁ କାଶ୍ମୀରକୁ ଶାନ୍ତ ଏବଂ ବିକାଶପଥରେ ଆଗେଇ ନେବାଲାଗି ସମସ୍ତେ ଚାହୁଁଛନ୍ତି।

ମୋଦୀ ହଷ୍ଟନରେ ପହଞ୍ଚିବାପରେ ଆମେରିକୀୟ ସିଇଓଙ୍କଠାରୁ ନେଇ ବିଭିନ୍ନ ଭାରତୀୟ ସମୁଦାୟର ଲୋକଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ବିଦେଶରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପାଇ ଭାରତୀୟମାନେ ବେଶ୍ ଉତ୍ସାହିତ ଅନୁଭବ କରିଛନ୍ତି। ମୋଦୀଙ୍କ ସହ ବାର୍ତ୍ତାଳାପ ସମୟରେ ଶିଖ୍ ସମ୍ପ୍ରଦାୟର ଲୋକମାନେ କରତାରପୁର କରିଡର ପାଇଁ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

By amfnews

Related Post