Sat. Nov 23rd, 2024

୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପୁଣି ଥରେ କୋଭିଡ ସମୀକ୍ଷା ବୈଠକ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ

By amfnews Sep 20, 2020 #Featured
128 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୦ (ଖବର ଓଡ଼ିଶା): ଦେଶରେ କରୋନା ଭାଇରସ ସଂକ୍ରମଣ ବ୍ୟାପିଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଉଦ୍ୟମ କରିଥିଲେ ବି ପ୍ରତିଦିନ ଏହା ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ମାତ୍ର ଖୁସିର କଥା ଯେ, ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ ଶୀଘ୍ର ଦେଶର ୭ ଜଣ ମୁଖ୍ୟମନ୍ତ୍ରୀଙ୍କ ସହିତ କରୋନା ସଂକ୍ରମଣ ପ୍ରସଙ୍ଗରେ ପୁଣି ଥରେ ଆଲୋଚନା କରିପାରନ୍ତି । ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ଏହି ସୂଚନା ମିଳିଛି ।

ଆଶା କରାଯାଉଛି ଯେ, କରୋନା ଭାଇରସ ସଂକ୍ରମଣର ସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସପ୍ତାହରେ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ । ଏହି ବୈଠକ ସେପ୍ଟେମ୍ବର ୨୩ରେ ହେବାର ଆଶଙ୍କା ରହିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ହେବାକୁ ଥିବା ବୈଠକରେ ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ ସହିତ ଅନ୍ୟ କିଛି ମୁଖ୍ୟମନ୍ତ୍ରୀ ଯୋଡ଼ି ହୋଇପାରନ୍ତି । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦୀ ନିୟମିତ ଭାବେ ଦେଶରେ କରୋନା ସ୍ଥିତି ଉପରେ ନଜର ରଖିଛନ୍ତି । ଅଧିକ ବ୍ୟାପୁଥିବା ରାଜ୍ୟ ଉପରେ ସେ ଅବଗତ ହେଉଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଶେଷ ଥର ପାଇଁ ଗତ ଅଗଷ୍ଟ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ଓ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟର ପ୍ରତିନିଧିଙ୍କ ସହିତ କୋଭିଡ-୧୯ ସମୀକ୍ଷା ବୈଠକ କରିଥିଲେ । ମୋଦୀଙ୍କ ଏହି ବୈଠକରେ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଂଜାବ, ବିହାର, ଗୁଜରାତ, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ ଉପରେ ଆଲୋଚନା ହୋଇଥିଲା ।

By amfnews

Related Post