Mon. Jan 13th, 2025

୭ ଦିନରେ କର୍ଣ୍ଣାଟକା ରାଜନୀତିକ ନାଟକ, ମେଣ୍ଟ ମଜଭୁତ ଅଛି କହିଲେ କୁମାରସ୍ୱାମୀ

By amfnews Jul 12, 2019 #Featured
109 Views

ବେଙ୍ଗାଲୁରୁ  : କର୍ଣ୍ଣାଟକାରେ ଲଗାତାର ୭ ଦିନ ଧରି ଜାରି ରହିଛି ରାଜନୀତିକ ଅସ୍ଥିରତା। ଏହାରି ଭିତରେ ଆଜି ଆରମ୍ଭ ହୋଇଛି ବିଧାନସଭା। ରାଜନୀତିକ ଅସ୍ଥିରତା ପାଇଁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ନିଜ ପଦବୀ ଆଗାମୀ ଦିନରେ ବଞ୍ଚାଇ ନପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ବିଳମ୍ୱିତ ରାତ୍ରିରେ ଟ୍ୱିଟ କରି କୁମାରସ୍ୱାମୀ କହିଛନ୍ତି କଂଗ୍ରେସ ଓ ଜେଡିଏସର ବିଧାୟକ ଇସ୍ତଫା ଦେଇଥିଲେ ମଧ୍ୟ ମେଣ୍ଟ ମଜଭୁତ ରହିଛି।

H D Kumaraswamy

@hd_kumaraswamy

Congress -JDS coalition in the state is going strong despite the efforts to destabilize. We are confident and prepared for a smooth and fruitful conduct of legislative sessions.
1/2

ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟା ୬ଟାରେ ବିଦ୍ରୋହୀ ୧୦ ବିଧାୟକ ବାଚସ୍ପତିଙ୍କୁ ଭେଟି ସେମାନଙ୍କ ଇସ୍ତଫାପତ୍ର ଦେଇଥିଲେ। ଏହାପରେ ସାମ୍ବାଦିକ ସମ୍ମିଳନୀରେ ବାଚସ୍ପତି ବିଧାୟକମାନଙ୍କ ଇସ୍ତଫା ସଂପର୍କରେ ସୂଚନା ଦେଇଥିଲେ। ପୂର୍ବରୁ ବିଦ୍ରୋହୀ ବିଧାୟକ ଦେଇଥିବା ଇସ୍ତଫା ବୈଧ ନୁହେଁ ବୋଲି ବାଚସ୍ପତି କହିଥିଲେ। ଏହାପରେ ବିଦ୍ରୋହୀ ବିଧାୟକ ବାଚସ୍ପତିଙ୍କୁ ସଠିକ୍ ପ୍ରକ୍ରିୟାରେ ଇସ୍ତଫା ଦେଇଥିଲେ।

ଇସ୍ତଫାପତ୍ର ମିଳିଛି ସେ ବାବଦରେ ଯାଞ୍ଚ କରିବେ ଏବଂ ତା’ପରେ ନିଷ୍ପତ୍ତି ନେବେ ବୋଲି ବାଚସ୍ପତି କହିଥିଲେ। ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସଙ୍କଟ ନେଇ ବାଚସ୍ପତି ଭାବରେ ସେ କୌଣସି ମତ ରଖିପାରିବେ ନାହିଁ ବୋଲି କହିଥିଲେ।

By amfnews

Related Post