Tue. Dec 24th, 2024

୬୨ବର୍ଷୀୟା ମହିଳା ରେସମ କପଡାରେ ବୁଣିଲେ ସମ୍ପୂର୍ଣ୍ଣ ଭାଗବତ ଗୀତା

By amfnews Aug 28, 2018 #Featured
266 Views

ଆସାମ, ଅଗଷ୍ଟ ୨୮ :

ଆସାମରେ ରହୁଥିବା ଜଣେ ୬୨ବର୍ଷୀୟା ମହିଳା ବୁଣା କଳାରେ ଉଚ୍ଚ ସ୍ତରରେ ପହଂଚିଛନ୍ତି । ଏହି ମହିଳାଙ୍କର ନାମ ହେଉଛି ହେମପ୍ରଭା ଚୁଟିଆ । ସେ ସମ୍ପୂର୍ଣ୍ଣ ଭାଗବତ ଗୀତାକୁ ସଂସ୍କୃତରେ ୧୫୦ ମିଟର ଲମ୍ବା ଓ ୨ଫୁଟ ଚଉଡା ରେସମ କପଡାରେ ବୁଣି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ହିନ୍ଦୁ ଶାସ୍ତ୍ର ଗୀତାରେ ସଂସ୍କୃତରେ ୭୦୦ପଦ ରହିଛି ଏବଂ ଏହି ମହାକାବ୍ୟ ମହାଭାରତର ଏକ ଅଂଶ । ହେମପ୍ରଭା ଡିବ୍ରଗଡ ଜିଲ୍ଲାର ମୋରନର ନିବାସୀ । ସେ ତାଙ୍କର ଏହି ରଚନା ରବିବାର ଦିନ ଶେଷ କରିଛନ୍ତି ।

ହେମପ୍ରଭା ଏହା ଉପରେ ଗତ ୨୦ମାସ ହେବ କରି ଆସୁଛନ୍ତି । ୨୦୧୬ ଡିସେମ୍ବର ୪ତାରିଖରେ ସେ ଏହାର ଶୁଭାରମ୍ଭ କରିଥିଲେ । ସେ ଏହି ପବିତ୍ର ବହିର ଏକ ଅଧ୍ୟାୟ ଇଂରାଜୀରେ ମଧ୍ୟ ବୁଣିଛନ୍ତି । ହେମପ୍ରଭାଙ୍କ କହିବା ମୁତାବକ, ଏହି ପବିତ୍ର କାର୍ଯ୍ୟ କରିବା ପାଇଁ ତାଙ୍କର ବହୁତ ଇଛା ଥିଲା କାରଣ ଏହା ଧର୍ମ ଏବଂ ସଂସ୍କୃତିର ଏକ ଅଭିନ୍ନ ଅଂଶ । ଏହା ପୂର୍ବରୁ ସେ ଶଙ୍କରଦେବଙ୍କର ଗୁଣମାଳା ଏବଂ ମହାଦେବଙ୍କ ନାମରେ ଘୋସାକୁ ରେସମ କପଡାରେ ବୁଣି ଥିଲେ । ସେ ବହୁତ ଖୁସି ଅଛନ୍ତି କି, ତାଙ୍କ କାମ ମ୍ୟୁଜିଅମରେ ସଂରକ୍ଷିତ ହୋଇ ରହିବ ।

୨୦୧୪ରେ ହେମପ୍ରଭା ଶଙ୍କରଦେବଙ୍କର ହସଲେଖ ଗୁଣମାଳାକୁ ରେସମର ୮୦ଫୁଟ କପଡାରେ ବୁଣିଥିଲେ । ୨୦୧୬ରେ ସେ ମହାଦେବଙ୍କ ବୈଷ୍ଣବ ହସ୍ତଲେଖ ନାମ ଘୋସା କପଡାରେ ବୁଣି ଥିଲେ । ନିଜର ଉତ୍କୃଷ୍ଟ କଳା ପାଇଁ ସେ ବହୁ ପୁରସ୍କାର ଜିତି ସାରିଛନ୍ତି । ଯେଉଁଥିରେ ବକୁଳ ବନ ଉପାଧୀ, ଆଇ କନକଲତା ଉପାଧୀ ଏବଂ ରାଜ୍ୟ ସରକାରଙ୍କର ହ୍ୟାଣ୍ଡଲୁମ ଆଣ୍ଡ ଟେକ୍ସଷ୍ଟାଇଲ ଉପାଧୀ ସାମିଲ ଅଛି ।

By amfnews

Related Post