Wed. Dec 25th, 2024

୬ଟି ଘରୁ ଲକ୍ଷାଧିକ ଟଙ୍କା ଲୁଟ କଲେ ଦୁର୍ବୁତ୍ତ

By amfnews Jul 25, 2020 #Featured
119 Views

କେନ୍ଦ୍ରାପଡା,ଜୁଲାଇ ୨୫ : ଗୋଟିଏ ଗ୍ରାମର ଛଅଟି ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ କରିଛନ୍ତି ଦୁର୍ବୁତ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର କିଣିଲେ ଗ୍ରାମରେ ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଗ୍ରାମର ବଟକୃଷ୍ଣ ନାୟକ, ମେଘନାଦ ବାରିକ ,ଭଗବାନ ରାଉତ , ଗଜେନ୍ଦ୍ର ସାହୁ ,ଅଜୟ କୁମାର ମହାନ୍ତ, ଅଲେଖ ବାରିକ, ଅଭୟ ନାୟକ ଏବଂ ପ୍ରଦୀପ ସାମନ୍ତରାୟଙ୍କ ଘରୁ ସୁନା ରୁପା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କା ଚୋରି ହେଇଥିବାନେଇ ପାଟକୁରା ଥାନାରେ ଲିଖିତ ଅଭିଯୋଗ ହେଇଛି ।

ଏପରି କି ଲୁଟେରା ମାନେ ଗ୍ରାମର ୭୦ ବର୍ଷର ବୃଦ୍ଧା ଚାରୁଲତା ରାଉତଙ୍କ ଦୁଇଟି କାନରୁ କାନଫୁଲ ଜବରଦସ୍ତ ଛିଡାଇ ନେବା ଫଳରେ ଦୁଇଟି କାନ କ୍ଷତାକ୍ତ ହେଇଯାଇଛି । ସେହିପରି ବଟକୃଷ୍ଣ ନାୟକଙ୍କ ବାଡି ପଟ କବାଟ ଭାଙ୍ଗି ବନ୍ଦୁକ ଦେଖାଇ ଲୁଟେରାମାନେ ତାଲା ତାଡି ଏକଲକ୍ଷ ଟଙ୍କା ସମେତ ଦୁଇଟି ସୁନାହାର ଏବଂ ଚାରୋଟି ମୁଦି ଲୁଟ କରିଛନ୍ତି । ସେହିପରି ମେଘନାଦ ବାରିକଙ୍କ ଦୁଇଟି ସାଇକେଲ ଦୁଇଟି ମୋବାଇଲ ଚୋରି ହେଇଥିବାବେଳେ ଶିକ୍ଷକ ପ୍ରଦୀପ ସାମନ୍ତରାୟଙ୍କ ଆପେଲ ହାଣ୍ଡସେଟ ଚୋରି ହୋଇଛି । ତେବେ ଲକଡାଉନ ସମୟରେ କାମ ଧନ୍ଦା ନପାଇ ଗ୍ରାମର କିଛି ଅସାମାଜିକ ଯୁବକମାନେ ଏପରି କାଣ୍ଡ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ସିରିଜ ଲୁଟ ଘଟଣାରେ ଆତଙ୍କିତ ହେଇପଡିଛନ୍ତି ଗ୍ରାମବାସୀ ।

By amfnews

Related Post