Fri. Mar 6th, 2026

୬ ବର୍ଷୀୟ ଝିଅ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ନାଜିଲ୍‌ଙ୍କୁ ଏନ୍‌କାଉଣ୍ଟରରେ ଗୁଳି ମାରିଲେ ଆଇପିଏସ୍‌ ଅଜୟ ପାଲ୍‌ ଶର୍ମା

408 Views

ରାମପୁର : ମେ ୨୭ ତାରିଖ ଦିନ ରାମପୁର ଜିଲ୍ଲାରେ ଜଣେ ୬ ବର୍ଷୀୟ ବାଳିକାକୁ ଅପହରଣ କରି ତା’ ସହ ଦୁଷ୍କର୍ମ କରିବା ପରେ ତାକୁ ହତ୍ୟା କରିଥିବା ଅଭିଯୁକ୍ତ ନାଜିଲ୍‌କୁ ରାମପୁର ପୁଲିସ ଏନ୍‌କାଉଣ୍ଟର୍‌ରେ ଗୁଳି ମାରିଛି। ଅପରାଧୀଙ୍କୁ ଅକର୍ମଣ୍ୟ କରିପକାଉଥିବା ରାମପୁର ଏସ୍‌ପି ଅଜୟ ପାଲ୍‌ ଶର୍ମା ଏନ୍‌କାଉଣ୍ଟର୍‌ ସମୟରେ ତା’ର ଦୁଇ ଗୋଡ଼କୁ ଗୁଳି ମାରିଛନ୍ତି। ଶନିବାର ଦିନ ପୁଲିସ ସେ ବାଳିକାର ଶବ ଉଦ୍ଧାର କରିଥିଲା।

ଗଣମାଧ୍ୟମକୁ ରାମପୁର ପୁଲିସ କହିଛି ଯେ ଅପରାଧ କରି ଫେରାର ହୋଇଯାଇଥିବା ନାଜିଲ୍‌ ସହ ରାମପୁର ପୁଲିସର ଗୁଳିବିନିମୟ ହୋଇଥିଲା। ଏନ୍‌କାଉଣ୍ଟର୍‌ ସ୍ପେସାଲିଷ୍ଟ୍‍ ଆଇପିଏସ୍‌ ଡକ୍ଟର ଅଜୟ ପାଲ୍‌ ଶର୍ମା ନାଜିଲ୍‌ ଉପରକୁ ତିନି ରାଉଣ୍ଡ୍‌ ଗୁଳି ଚଳାଇଥିଲେ। ଏନ୍‌କାଉଣଟର୍‌ ଯୋଗୁଁ ଦୁଇ ଗୋଡ଼ରେ ଆଘାତ ଲାଗିଥିବା ଅଭିଯୁକ୍ତ ନାଜିଲ୍‌କୁ ଗିରଫ କରାଯାଇଛି। ପୁଲିସ ତାକୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଉଛି ଏବଂ ତା’ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି।

By amfnews

Related Post