Thu. Dec 26th, 2024

୫୧୬ କୋଟିରେ ନିର୍ମିତ କୋସି ରେଳ ପୋଲକୁ ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

By amfnews Sep 18, 2020 #Featured
147 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରସ୍ଥିତ ଐତିହାସିକ କୋସି ରେଳ ମେଗା ପୋଲକୁ ଉଦଘାଟନ କରିବେ । ୧.୯ କିଲୋମିଟର ଦୀର୍ଘ ଏହି ପୋଲ ନିର୍ମାଣରେ ୫୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, କୋସି ମେଗା ପୋଲ ୨୦୦୩-୦୪ରେ ଅନୁମୋଦନ ହୋଇଥିଲା । ଏହି ପୋଲ ୮୬ ବର୍ଷର ସ୍ୱପ୍ନକୁ ପୂରା କରୁଛି ବୋଲି ପିଏମଓ ପକ୍ଷରୁ କୁହାଯାଇଛି ।

ଭାରତ-ନେପାଳ ସୀମାରେ ଥିବାରୁ ଏହି ପୋଲର ଅଧିକ ଗୁରୁତ୍ୱ ରହୁଛି । ସବୁଠାରୁ ବଡ଼ କଥା ହେଲା ଯେ, କୋଭିଡ-୧୯ ମହାମାରୀ ସମୟରେ ଏହି ପୋଲର ନିର୍ମାଣ କାମକୁ ଶେଷ କରାଯାଇପାରିଛି । ପ୍ରବାସୀ ଶ୍ରମିକଙ୍କ ଭୂମିକା ଏହି ପୋଲ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ବିହାର ସହିତ ଉତ୍ତର -ପୂର୍ବ ରାଜ୍ୟକୁ ଏହି ପୋଲ ଯୋଡ଼ିବ ।

ସୂଚନାଯୋଗ୍ୟ, ନିର୍ମାଲି ଓ ଭାପ୍ତିଆହି ମଧ୍ୟରେ ଏକ ଅଣଓସାରିଆ ପ୍ରସ୍ତ ତିଆରି କରାଯାଇଥିଲା, ଯାହାକି ବଡ଼ ବନ୍ୟା ଓ ୧୯୩୪ରେ ହୋଇଥିବା ଇଣ୍ଡୋ-ନେପାଳ ଭୂକମ୍ପରେ ଧୋଇ ହୋଇଯାଇଥିଲା । ଏହା ପରଠାରୁ ଏହି ଅଂଚଳ ରେଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

କୋସି ରେଳ ପୋଲ ସମେତ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟ ରେଳ ପ୍ରକଳ୍ପ ଗୁଡ଼ିକ ମଧ୍ୟ ଉଦଘାଟନ କରିବେ । ଏଥିରେ କିଉଲ ନଦୀ ଉପରେ ରେଳ ବ୍ରିଜ, ୫ଟି ଇଲେକ୍ଟ୍ରିଫେକସନ ପ୍ରକଳ୍ପ, ବାରାଉଣୀରେ ଗୋଟିଏ ଇଲେକ୍ଟ୍ରି ଲୋକୋମୋଟିଭ ସେଡ ଓ ବାରା-ଭକ୍ତିୟାରପୁର ମଧ୍ୟରେ ତୃତୀୟ ଲାଇନ ପ୍ରକଳ୍ପ ମଧ୍ୟ ଉଦଘାଟନ ହେବ ।

By amfnews

Related Post