Fri. Dec 27th, 2024

୫ ବର୍ଷ ପାଇଁ ରହିବେ ଶିବସେନା ମୁଖ୍ୟମନ୍ତ୍ରୀ, ବିଜେପି ଇନ୍ଦ୍ରଙ୍କର ସିଂହାସନ ଦେଲେ ବି ମଞ୍ଜୁର ହେବ ନାହିଁ: ସଞ୍ଜୟ ରାୱତ

By amfnews Nov 22, 2019 #Featured
136 Views

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶିବସେନା ନେତା ସଞ୍ଜୟ ରାୱତ ବଡ ବୟାନ ଦେଇଛନ୍ତି | ସେ କହିଛନ୍ତି ଆଗାମୀ ପାଞ୍ଚ ବର୍ଷ ଯାଏଁ ଶିବସେନା ପକ୍ଷରୁ ହିଁ ମୁଖ୍ୟମନ୍ତ୍ରୀ ରହିବେ | କଂଗ୍ରେସ ଓ ଏନସିପି ଶିବସେନାର ଏହି ପ୍ରସ୍ତାବରେ ରାଜି ହୋଇଯାଇଛନ୍ତି | ଏହା ସହ ପୂର୍ବତନ ସହଯୋଗୀ ଭାରତୀୟ ଜନତା ପାର୍ଟି ସହ ସରକାର ପୁଣି ହେବ କି ପ୍ରଶ୍ନରେ ସଞ୍ଜୟ ବିଜେପିକୁ ଟାର୍ଗେଟ କରିଛନ୍ତି | ସଞ୍ଜୟ କହିଛନ୍ତି ଯେ ବିଜେପି ସହ ଏବେ ସବୁ ରାସ୍ତା ବନ୍ଦ ହୋଇସାରିଛି | ଯଦି ବିଜେପି ଇନ୍ଦ୍ରଙ୍କର ସିଂହାସନ ବି ଦିଏ, ତାହାକୁ ଶିବସେନା ଗ୍ରହଣ କରିବ ନାହିଁ |

ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ରାଜ୍ୟସଭା ସାଂସଦ ତଥା ଶିବସେନା ନେତା ସଞ୍ଜୟ ରାୱତ କହିଛନ୍ତି ଯେ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ନିଷ୍ପତ୍ତି ହୋଇଯିବ | ସେ କହିଛନ୍ତି ଯେ ମହାରାଷ୍ଟ୍ରର ଜନତା ଓ ଶିବସେନାର କର୍ମୀ ଚାଁହୁଛନ୍ତି ଯେ ଉଦ୍ଧବ ଥାକରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ |

ଅନ୍ୟପଟେ ଚର୍ଚ୍ଚା ହେଉଛି ଯେ ଉଦ୍ଧବ ଥାକରେ ଯଦି ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି ନ ହୁଅନ୍ତି ତେବେ ଏନସିପି ସଞ୍ଜୟ ରାୱତଙ୍କ ନାମକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇପାରେ | ଏଠାରେ ସୂଚନା ଥାଉ କି ବିଜେପି ସହ ଗଠବନ୍ଧନ କରି ଶିବସେନା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ିଥିଲା | ତେବେ ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ସହମତି ହୋଇପାରିନଥିଲା |

By amfnews

Related Post