Mon. Nov 25th, 2024

୫ ବର୍ଷ ପରେ ଉଦ୍ଧାର ହେଲା ଅପହରଣ ହୋଇଥିବା ଅନାଥ ଶିଶୁ

By amfnews Aug 6, 2019 #Featured
89 Views

ରାଉରକେଲା  : ଉଦ୍ଧାର ହୋଇଛି ୫ ବର୍ଷ ତଳେ ଅପହରଣ ହୋଇଥିବା ନାବାଳକ | ରାଉରକେଲା ପୁଲିସ କୌଣସି ସୂତ୍ରରୁ ଖବର ପାଇ ପିଲାଟିକୁ ଉଦ୍ଧାର କରିଛନ୍ତି | ମିଳିଥିବା ସୂଚନା ମୁତାବକ ୫ ବର୍ଷ ତଳେ ଗୋପବନ୍ଧୁପାଲ୍ଲୀ ବସ୍ତିରୁ ନାବାଳକକୁ ଅପହରଣ କରାଯାଇଥିଲା ପରେ ପୁଲିସ ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ବି ପିଲାଟି ମିଳିପାରିନଥିଲା | ତେବେ ପିଲାଟିକୁ ସେକ୍ଟର ବି ବ୍ଲକରେ ଦୁଇଜଣ ବ୍ୟକ୍ତି ଲୁଚାଇ ରଖି ଘର କାମରେ ନିୟୋଜିତ କରିଥିଲେ | ଏମିତି କି ପିଲାଟିକୁ ବାହାର ଦୁନିଆ ଦେଖିବାକୁ ମଧ୍ୟ ସୁଯୋଗ ଦିଆଯାଉନଥିଲା |

ପିଲାଟିକୁ ଚେଙ୍କ ଦେବା ସହ ମାଡ ମଧ୍ୟ ମରାଯାଉଥିବାର ପୁଲିସ ଜାଣିବାକୁ ପାଇଛି | ଏହି ଘଟଣାରେ ପୁଲିସ ଚିରଞ୍ଜୀବ ଚକ୍ରବର୍ତ୍ତୀ ଓ ପ୍ରଭାତ ପଣ୍ଡା ନାମକ ଦୁଇଜଣଙ୍କୁ ଗିରଫ କରିଛି | ଚିରଞ୍ଜୀବ ଜଣେ କଲିକତାର ଇଂଜିନିୟରିଂ ଛାତ୍ର ହୋଇଥିବାବେଳେ ପ୍ରଭାତ ଜଣେ ଆରଏସପି (ରାଉରକେଲା ଷ୍ଟିଲ ପ୍ଲାଣ୍ଟ) କର୍ମଚାରୀଙ୍କର ପୁଅ ବୋଲି ଜଣାପଡିଛି |

ସେକ୍ଟର ୧ ର କ୍ଵାଟର ବି-୪୯ରେ ଏହି ଦୁଇଜଣ ଯୁବକ ବିଦେଶୀ କୁକୁର ଫାର୍ମଟିଏ କରି ଏଠାରେ ୬୫ଟି କୁକୁରକୁ ନେଇ ବ୍ୟବସାୟ କରୁଥିଲେ | ଏହି କୁକୁରଙ୍କ ସେବାରେ ଏହି ୧୨ ବର୍ଷର ନାବାଳକକୁ ନିୟୋଜିତ କରାଯାଇଥିଲା | ପୁଲିସ ଏବେ ଏହି ଘଟଣାର ଅଧିକ ଖୋଳତାଡ କରୁଛି |

By amfnews

Related Post