Thu. Dec 26th, 2024

୫ ନକଲି ପରୀକ୍ଷାର୍ଥୀ ଜେଲ ଗଲେ

rklsanchar@gmail.com' By J.N. Pradhan Jul 17, 2018 #Featured
141 Views

ରାଉରକେଲା, ୧୭/୭  : ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍) ଆଜି ଲିଖିିତ ପରୀକ୍ଷା ବେଳେ ଦୁଇଟି ପରୀକ୍ଷା କେନ୍ଦ୍ରରୁ ୫ ଜଣ  ନକଲି ପରୀକ୍ଷାର୍ଥୀ ଧରାପଡ଼ିଥିଲେ । ସିଆଇଏସ୍ଏଫ୍ ପକ୍ଷରୁ ଏତଲା ପରେ ପୁଲିସ ସେମାନଙ୍କୁ ଅଟକ ରଖି ଜେରା ଚଳାଇଥିଲା । ସମସ୍ତ ନକଲି ପରୀକ୍ଷାର୍ଥୀ ଜେଲ୍ ଯାଇଛନ୍ତି ।

ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ)ର ଲିଖିତ ଓ ଶାରୀରିକ ପରୀକ୍ଷାରେ ୫ ଜଣ ଜାଲ୍ ପରୀକ୍ଷାର୍ଥୀ ଧରାପଡ଼ିଥିଲେ । ସମସ୍ତ ଅଭିଯୁକ୍ତ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସୁରକ୍ଷା ଦାୟିତ୍ୱରେ ସିଆଇଏସ୍ଏଫ୍ ପକ୍ଷରୁ କନଷ୍ଟେବଳ (ଫାୟାର) ଚୟନ ପ୍ରକ୍ରିୟା କରାଯାଉଥିଲା । କିଛି ଦିନ ପୂର୍ବେ ଶାରୀରିକ ପରୀକ୍ଷା ଆୟୋଜିତ ହୋଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ଗତ ୧୫ ତାରିଖ ଦିନ ସେକ୍ଟର-୧୪ ଦିଲ୍ଲୀ ପବ୍ଲିକ ସ୍କୁଲ ଓ ସେକ୍ଟର-୨୧ ଗୁରୁ ନାନକ ପବ୍ଲିକ ସ୍କୁଲରେ ପରୀକ୍ଷା ଦେବାକୁ ପହଞ୍ଚିଥିଲେ ।

ଡିପିଏସ୍ରୁ ଧରାପଡ଼ିଥିବା ଜାଲ ପରୀକ୍ଷାର୍ଥୀ ବିହାର ନୱାଦା ଜିଲ୍ଲାର (ଅସଲ ନାମ) ବିଦ୍ୟାଭୂଷଣ ରୋଷନ କୁମାର ନାମରେ ପରୀକ୍ଷା ଦେବାକୁ ଆସିଥିଲେ । ସେଠାରେ କର୍ମଚାରୀଙ୍କ ସନ୍ଦେହ ହେବାରୁ ତାଙ୍କୁ ସେକ୍କର- ୧୫ ଥାନା ଜିମାରେ ଦିଆଯାଇଥିଲା । ସେହିପରି ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ ଗୁରୁ ନାନକ ସ୍କୁଲରୁ ୪ ଜଣ ଜାଲ୍ ପରୀକ୍ଷାର୍ଥୀ ଆଡ୍ମିଟ୍ କାର୍ଡ ଯାଞ୍ଚ ସମୟରେ ଧରାପଡ଼ିଥିଲେ ।

ସେହିପରି ବିହାର ବୈଶାଳୀ ଜିଲ୍ଲାର ରବିଶ କୁମାର ରବି କୁମାରଙ୍କ ନାମରେ, ବିହାର ନୱାଦା ଜିଲ୍ଲାର ମନୋଜ କୁମାର ବିହାରରର ଚନ୍ଦନ କୁମାରଙ୍କ ନାମରେ ପରୀକ୍ଷା ଦେବାକୁ ଆସିଥିଲେ । ନାଳନ୍ଦା ଜିଲ୍ଲାର ରବି ଶଙ୍କର କୁମାର (୨୩) ଅନ୍ୟତମ ପରୀକ୍ଷାର୍ଥୀ ଅନୁଜ କୁମାର ମଧ୍ୟ ଆଡ୍ମିଟ୍ କାର୍ଡ ଯାଞ୍ଚ ସମୟରେ ଧରାପଡ଼ିଥିଲେ । ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Related Post