159 Views
ବରଗଡ, ନଭେମ୍ବର ୨୦: ପ୍ରାଇସ ପ୍ରେଷ୍ଟିଜ ଓ ପେନସନକୁ ନେଇ ବାରମ୍ବାର ରାଜ୍ୟର ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ଆଜି ବରଗଡ ଜିଲ୍ଲା ଚାଷୀ ସମନ୍ୱୟ ସମିତି ଏକ ବିଶାଳ ସମାବେଶର ଆୟୋଜନ କରିଛି ।
୫ ଦଫା ଦାବି ସହ ବରଗଡରେ ସମିତି ଏହି ବିଶାଳ ଚାଷୀ ସମାବେଶ କରିବାକୁ ପ୍ରସ୍ତୁତ ହୋଇଥିବାବେଳେ ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ୫ ହଜାର ଚାଷୀଙ୍କ ସମାଗମ ହେବା ନେଇ ସୂଚନା ମିଳିଛି । ବିଭିନ୍ନ ସ୍ଥାନରୁ ଚାଷୀମାନେ ଆସି ବରଗଡରେ ପହଂଚିଥିବାବେଲେ ସେମାନେ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କୁ ୫ ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିବେ । କୃଷି ଋଣ ପ୍ରଦାନ ଓ କୃଷି ବୀମା ପ୍ରଦାନ ପରି ପ୍ରମୁଖ ଦାବିକୁ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜିଲ୍ଲାର ଚାଷୀ ।
କୃଷକମାନେ ସେମାନଙ୍କର ସମସ୍ୟାକୁ ନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେଉଛନ୍ତି । ତେବେ ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନର ରୂପ ଭୟାବହ ହେବା ନେଇ ସମିତି ଚେତାବନୀ ଦେଇଛନ୍ତି ।