Sun. Mar 8th, 2026

୪୧୯ ମିଲିୟନ୍‌ରୁ ଊର୍ଦ୍ଧ୍ୱ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ଫୋନ୍‌ ନମ୍ବର ଅନ୍‌ଲାଇନ୍‌ରେ ଲିକ୍‌

270 Views

ସାନ୍‌ ଫ୍ରାନ୍‌ସିସ୍‌କୋ  : ଫେସ୍‌ବୁକ୍‌ରେ ଲିଙ୍କ୍‌ ହୋଇଥିବା ୪୧୯ ନିୟୁତରୁ ଅଧିକ ଫୋନ୍‌ ନମ୍ବର ଏକ ମୁକ୍ତ ଅନ୍‌ଲାଇନ୍‌ ଡାଟାବେସ୍‌ରେ ଥିବା କଥା ଜଣାପଡ଼ିଛି। ଉକ୍ତ ଡାଟାବେସ୍‌ରେ ୧୩୩ ନିୟୁତ ଯୁକ୍ତରାଷ୍ଟ୍ର ଆମେରିକୀୟ, ୧୮ ମିଲିୟନ୍‌ ବ୍ରିଟେନ୍‌ ଏବଂ ୫୦ ନିୟୁତରୁ ଊର୍ଦ୍ଧ୍ୱ ଭିଏତ୍‌ନାମ୍‌ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ରେକର୍ଡ ରହିଥିବା କଥା ଟେକ୍‌କ୍ରଞ୍ଚ୍‌ ବୁଧବାର ଦିନ ରିପୋର୍ଟ କରିଛି। ହେଗ୍‌ସ୍ଥିତ ଲାଭରହିତ ସଂସ୍ଥାନ ଜିଡିଆଇ ଫାଉଣ୍ଡେସନ୍‌ର ଜଣେ ସିକ୍ୟୁରିଟି ଗବେଷକ ସନ୍ୟମ୍‌ ଜୈନ୍‌ ଏହି ଡାଟାବେସ୍‌କୁ ପାଇଛନ୍ତି।

େଓ୍ଵବ୍‌ ହୋଷ୍ଟ୍‍ଙ୍କୁ ଯୋଗାଯୋଗ କରିବାରୁ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ଡାଟାବେସ୍‌କୁ ଅଫ୍‌ଲାଇନ୍‌ କରି ଦିଆଯାଇଥିଲା। କେତେକ ରେକର୍ଡର ବ୍ୟବହାରକାରୀଙ୍କ ନାମ, ଲିଙ୍ଗ ଏବଂ ଦେଶ ଅନୁସାରେ ଅବସ୍ଥିତି ଆଦିର ଉଲ୍ଲେଖ ରହିଥିଲା। ଫେସ୍‌ବୁକ୍‌ର ଜଣେ ମୁଖପାତ୍ର କହିଛନ୍ତି କି, ସେ ଡାଟା ସେଟ୍‌ଗୁଡ଼ିକ ଥିଲା ପୁରୁଣା ଏବଂ ତାହାକୁ ଡିଲିଟ୍‌ କରି ଦିଆଯାଇଛି। ୮୭ ନିୟୁତ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ତଥ୍ୟ ବାହାରକୁ ଚାଲିଯାଇଥିବା ‘କେମ୍ବ୍ରିଜ୍‌ ଆନାଲିଟିକା’ ଘଟଣା ପରେ ମଧ୍ୟ ଫେସ୍‌ବୁକ୍‌ ବହୁ ବ୍ୟବହାରକାରୀଙ୍କ ଗୋପନୀୟତା ଲିକ୍‌ କରାଇଥିବା କଥା ଶୁଣାଇଛି।

By amfnews

Related Post