Sun. Mar 8th, 2026

୪୦୦ କୋଟି ଟଙ୍କା ବ୍ୟୟରେ ବିଧାନସଭା ଏବଂ ବିଧାୟକଙ୍କ ସରକାରୀ ଘରର ଆଧୁନିକୀକରଣ କରାଯିବ

212 Views

ଭୁବନେଶ୍ବର  :  ଓଡ଼ିଶା ବିଧାନସଭା ହେବ ଭାରତର ସବୁଠାରୁ ଆଧୁନିକ ବିଧାନସଭା ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଓଡ଼ିଶା ବିଧାନସଭାକୁ ଅତ୍ୟାଧୁନିକ କରିବାଲାଗି ସମସ୍ତ ପ୍ରୟାସ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଥିଲାଗି ୪୦୦ କୋଟି ଟଙ୍କା ବ୍ୟୟ କରାଯିବ।

ରାଜଧାନୀରେ ଏମଏଲଏ କଲୋନିର ରୂପରେଖ ବଦଳିବ | ୭ ମହଲା କୋଠାରେ ୧୪୦ଜଣ ବିଧାୟକଙ୍କ ରହିବାଲାଗି ପାଇଁ ସ୍ବତନ୍ତ୍ର ସରକାରୀ ଘର ତିଆରି ହେବ। ଏଥିରେ ମର୍ଣ୍ଣିଂ ୱାକ୍ ପାଇଁ ସୁବିଧା ରହିବ। ତା’ସାଙ୍ଗକୁ କଲ୍ୟାଣ ମଣ୍ଡପ ବି ନିର୍ମିତ ହେବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏଥିପାଇଁ ଏମଏଲଏ କଲୋନିର କିଛି ଅଂଶ ମଧ୍ୟ ଭଙ୍ଗାଯିବ ବୋଲି ସେ କହିଛନ୍ତି।

Image result for assembly odisha

ଏହା ବାବଦରେ ୪୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମଧ୍ୟ କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର।ଏହି ଯୋଜନାକୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

By amfnews

Related Post