Sat. Mar 7th, 2026

୪୦ ଦିନର ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଠୁଳ କରୁଛି ସେନା

200 Views

ନୂଆଦିଲ୍ଲୀ: ସୀମାରେ ସଶକ୍ତ ହେବା ପାଇଁ ସେନା ଅସ୍ତ୍ରଶସ୍ତ୍ର ଠୁଳ କରୁଛି। ୪୦ ଦିନର ଯୁଦ୍ଧ ପାଇଁ ସେନା ଅସ୍ତ୍ରଶସ୍ତ୍ର ଠୁଳ କରୁଥିବା ଜଣାପଡ଼ିଛି। ୧୩ ଲକ୍ଷ ଯବାନ ଥିବା ଭାରତୀୟ ସେନା ଏବେ ଧୀରେ ଧୀରେ ଅସ୍ତ୍ରଶସ୍ତ୍ର ଠୁଳ କରି କୌଣସି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତି ହେଉଥିବା ଜଣାପଡ଼ିଛି। ଏହି ସମସ୍ତ ପ୍ରସ୍ତୁତି ଏବେ ୧୦ ଦିନର ଭୟାନକ ଯୁଦ୍ଧ ପାଇଁ ଚାଲିଛି। ଆଗାମୀ ଦିନରେ ୪୦ ଦିନର ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଠୁଳ କରାଯିବ ବୋଲି ଜଣାପଡ଼ିଛି। ୨୦୨୨-୨୩ ସୁଦ୍ଧା ସେନା ଏହି ସମସ୍ତ ପ୍ରସ୍ତୁତି ଶେଷ କରି ଆହୁରି ଶକ୍ତିଶାଳୀ ହେବ ବୋଲି ଲକ୍ଷ୍ୟ ରଖିଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ସେନା ପାଖକୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ପହଞ୍ଚାଇବା ପାଇଁ ପ୍ରକ୍ରିୟା ଚାଲିଛି। ଏହି ଅସ୍ତ୍ରଶସ୍ତ୍ର ୧୦ ଦିନ ଯାଏ ଚାଲିବାକୁ ଥିବା ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇବ। ଏହି ପ୍ରସ୍ତୁତି ମୁଖ୍ୟତଃ ପଶ୍ଚିମ ସୀମା ପାଇଁ ହେଉଛି। ହେଲେ ଅସ୍ତ୍ରଶସ୍ତ୍ର ପାକିସ୍ତାନ ଏବଂ ଚୀନକୁ ଲକ୍ଷ୍ୟ ରଖି ହେଉଛି।

ଯୁଦ୍ଧ ପାଇଁ ଆବଶ୍ୟକ ହେଉଥିବା ପ୍ରାଥମିକ ଜିନିଷ ଏବେ ମହଜୁଦ ରହିସାରିଛି। ଏବେ ୧୨, ୮୯୦ କୋଟି ଟଙ୍କାର ୨୪ ଅତିରିକ୍ତ ଚୁକ୍ତି ପାଇପ ଲାଇନରେ ରହିଛି। ଏହି ସବୁ ଚୁକ୍ତି ବିଦେଶ କମ୍ପାନୀଙ୍କ ସହିତ ହୋଇଛି।

୧୦ ଦିନର ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଠୁଳ ହେବାପରେ ୪୦ ଦିନର ଯୁଦ୍ଧ ପାଇଁ ପ୍ରସ୍ତୁତି ଚାଲିବ। ଏହା ପାଇଁ କିନ୍ତୁ ମନ୍ତ୍ରଣାଳୟ ବିଚାର ବିମର୍ଶ କରି ସମସ୍ତ ପ୍ରକାର ପଦକ୍ଷେପ ନେଉଛି। କାରଣ ୪୦ ଦିନର ଅସ୍ତ୍ରଶସ୍ତ୍ର ମହଜୁଦ ପାଇଁ ଆବଶ୍ୟକ ସରଂଜାମ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ବ୍ୟୟବହୁଳ। ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ବିଚାର କରିଛି ଯେ, ୨୦୨୨-୨୩ ପରେ ୧୦ ବର୍ଷ ପର୍ଯ୍ୟନ୍ତ ଘରୋଇ ଓ ବିଦେଶୀ କମ୍ପାନୀ ସହ ମିଶି ୮ଟି ଅଲଗା ଅଲଗା ଶୈଳୀରେ ଟ୍ୟାଙ୍କର, ଆର୍ଟିଲେରୀ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ତିଆରି କରି ହେବ, ଯାହାର ମୂଲ୍ୟ ୧୭୦୦ କୋଟି ଟଙ୍କା ବାର୍ଷିକ ରହିଛି।

ସୂଚନାଯୋଗ୍ୟ, ବିଗତ କିଛି ବର୍ଷ ହେବ ସେନା, ଟ୍ୟାଙ୍କର ପାଖରୁ ଆରମ୍ଭ କରି ଏୟାର ଡିଫେନ୍ସ ୟୁନିଟ ଯାଏ ଅସ୍ତ୍ରଶସ୍ତ୍ର କମ୍ ରହିଥିବା ନେଇ ଅନେକ ପ୍ରଶ୍ନର ସାମ୍ନା କରିଛି। ବିଭିନ୍ନ ସଂସଦୀୟ ଟିମ୍ ଏବଂ ସିଏଜି ରିପୋର୍ଟରେ ମଧ୍ୟ ପ୍ରକାଶ ପାଇଥିଲା ଯେ, ୨୦୧୬ରେ ଉରି ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନ ମୋଡ଼କୁ ଆସିଛି ସେନା। ଏବେ ଜଳ, ସ୍ଥଳ ଏବଂ ବାୟୁ ତିନି ସେନା ସଶକ୍ତ ହେଉଛି।

By amfnews

Related Post