Wed. Mar 11th, 2026
131 Views

ଭୁବନେଶ୍ୱର :  ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ୪ରୁ୫ ଦିନ ଧରି ବର୍ଷା ଲାଗି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର କହିଛନ୍ତି,“ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ସାଇକ୍ଲୋନିକ୍ ସରକ୍ୟୁଲେସନ୍ ରହିଛି। ତା’ର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ସଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ କିଛି ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏହି ବର୍ଷା ୪ରୁ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ। ସାଇକ୍ଲୋନିକ୍ ସରକ୍ୟୁଲେସନ୍ ପ୍ରଭାବରେ ଆସନ୍ତା ୩ ଦିନ ଯାଏ ଭଲ ବର୍ଷା ହେବ।”

ସେ ଆହୁରି କହିଛନ୍ତି, ଗତକାଲି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯାଇଥିଲା। ଗୋପାଳପୁରରେ ୯୩ ମିଲିମିଟିର ବର୍ଷା ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ, ଚଳିତବର୍ଷ ୨୬ ପ୍ରତିଶତ କମ୍ ବର୍ଷା ହୋଇଛି। ଜୁଲାଇ ମାସରେ ବର୍ଷା ପରିମାଣ କମିଥିବା ବେଳେ ଅଗଷ୍ଟ ମାସରେ ବଢ଼ିବା ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେଉଛି, କିନ୍ତୁ ବର୍ଷା ସେତେ ଅଧିକ ହେଉନି। ଆଗକୁ ବର୍ଷା ସ୍ୱାଭାବିକ ରହିବ ବୋଲି କୁହାଯାଉଛି।

 

By amfnews

Related Post