126 Views
ନୂଆଦିଲ୍ଲୀ, ଡିସେମ୍ବର ୧୭ : ପ୍ରାୟ ୩୪ ବର୍ଷ ପରେ ୧୯୮୪ରେ ଶିଖ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟର ଡବଲ ବେଂଚ ସୋମବାର ନିମ୍ନତମ ଅଦାଲତର ନିଷ୍ପତି ବଦଳାଇ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ତାଙ୍କୁ ଅପରାଧିକ ଷହଯନ୍ତ୍ର ରଚିବା, ହିଂସା କରାଇବା ଓ ଦଙ୍ଗା ପାଇଁ ଉସୁକାଇବା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି ।
ହାଇକୋର୍ଟର ନିଷ୍ପତି ପରେ ସଜ୍ଜନ କୁମାରଙ୍କୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ସରେଣ୍ଡର କରିବାକୁ ପଡିବ । ବାକି ଅନ୍ୟ ୬ ମାମଲାରେ ହାଇକୋର୍ଟ ନିଜର ନିଷ୍ପତି ଶୁଣାଇବ । ଏହା ପ୍ରଥମ ଥର ହୋଇଛି କି, ୩୪ ବର୍ଷ ପୁରୁଣା ଏହି ମାମଲାରେ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।
୧୯୮୪ ମସିହା ନଭେମ୍ବର ୧ ରାଜନଗନର ପାଲମ ଅଂଚଳରେ ଏକ ଶିଖ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କ ସମ୍ପୃକ୍ତି ରହିଛି ।
ଏହା ପୂର୍ବରୁ ୧୯୮୪ ଶିଖ ଦଙ୍ଗା ମାମଲାରେ ୨୦୧୩ରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ନିମ୍ନ ଅଦାଲତ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲା । ସଜ୍ଜନ କୁମାରଙ୍କ ବ୍ୟତିତ ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲା । ଏଥିରେ ପୂର୍ବ କଂଗ୍ରେସ ପରିଷଦ ବଳବାନ ଖୋଖର, କ୍ୟାପଟେନ ଭାଗମଲ , ଗିରିଧାରୀ ଲାଲ, ଓ ଦୁଇ ଅନ୍ୟ ଲୋକମଧ୍ୟ ଏଥିରେ ସାମିଲ ଅଛନ୍ତି ।