Fri. Mar 6th, 2026

୩୩ଟି ସାଙ୍ଗଠନିକ ଜିଲ୍ଲା ପାଇଁ କଂଗ୍ରେସର ସଭାପତି ପଦବୀର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ

226 Views

ଭୁବନେଶ୍ବର, ଅକ୍ଟୋବର ୧୮ : ରାଜ୍ୟ କଂଗ୍ରେସର ୩୩ଟି ସାଙ୍ଗଠନିକ ଜିଲ୍ଲା ଲାଗି ସଭାପତି ନିଯୁକ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । ଖୋର୍ଦ୍ଧା ପାଇଁ ସୁରେଶ ରାଉତରାୟଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଗଞ୍ଜାମ ପାଇଁ ରମେଶ ଜେନାଙ୍କୁ ନିଯୁକ୍ତ କରାଯାଇଛି ।

ସେହିପରି ରାଉରକେଲା ପାଇଁ ଜର୍ଜ ତିର୍କୀ, ଢେଙ୍କାନାଳ ପାଇଁ ସରୋଜ ପଟ୍ଟନାୟକ, କେନ୍ଦ୍ରାପଡା ପାଇଁ ଅଂଶୁମାନ ମହାନ୍ତି, ଭୁବନେଶ୍ୱର ପାଇଁ ବିଶ୍ୱଜିତ ଦାସ, ବାଲେଶ୍ୱର ପାଇଁ ସଞ୍ଜୀବ ଗିରି, କୋରାପୁଟ ପାଇଁ ମୀନାକ୍ଷୀ ବାହିନୀପତିଙ୍କୁ ଦାୟିତ୍ୱ ଦିଆଯାଇଛି ।

ଅନ୍ୟପଟେ ଅନୁଗୁଳ ପାଇଁ ବିପ୍ଳବ ଜେନା, ବଲାଙ୍ଗିର ପାଇଁ ଦିଲ୍ଲୀପ ବେହେରା, ବରଗଡ ପାଇଁ ନିହାର ମହାନନ୍ଦ, ଭଦ୍ରକ ପାଇଁ ସୁବ୍ରତ ଦାସ, ବୌଦ୍ଧ ପାଇଁ ନବକିଶୋର ମିଶ୍ର, କଟକ ପାଇଁ ମାନସ ଚୌଧୁରୀ, କଟକ ସିଟି ପାଇଁ ଗିରିବାଳା ବେହେରା, ଦେବଗଡ ପାଇଁ ଉମା ଶଙ୍କର ସାହୁ, ଗଜପତି ପାଇଁ ଦାଶରଥି ଗମାଙ୍ଗୋ, ଜଗତସିଂହପୁର ପାଇଁ ନଟବର ବାରିକ, ଯାଜପୁର ପାଇଁ ମନୋଜ ରାଉତ, ଝାରସୁଗୁଡ଼ା ପାଇଁ ଭରତ ଅୱସ୍ତି, କନ୍ଧମାଳ ପାଇଁ ଅନାମ ନାୟକ, କେନ୍ଦ୍ରାପଡ଼ା ପାଇଁ ଅଶୁଂମାନ ମହାନ୍ତି, କେନ୍ଦୁଝର ପାଇଁ ମିନାକ୍ଷୀ ବାହିନୀପତି, ମୟୁରଭଞ୍ଜ ପାଇଁ ହେମନ୍ଦ ଦାସ, ମାଲକାନଗିରି ପାଇଁ ଗୋବିନ୍ଦ ପାତ୍ର, ନବରଙ୍ଗପୁର ପାଇଁ ମନୋରଞ୍ଜନ ତ୍ରିପାଠୀ, ନୟାଗଡ଼ ପାଇଁ ରଣଜିତ ଦାସ, ନୂଆପଡ଼ା ଘାସିରାମ ମାଝୀ, ପୁରୀ ଅଜିତ ମଙ୍ଗରାଜ, ରାୟଗଡ଼ା ଦୁର୍ଗା ପ୍ରସାଦ ପଣ୍ଡା, ସମ୍ବଲପୁର ପାଇଁ ଅଶ୍ୱିନୀ ଗୁରୁ , ସୁବର୍ଣ୍ଣପୁର ପାଇଁ ଗୌରୀଶ୍ୟାମ ପଣ୍ଡା, ସୁନ୍ଦରଗଡ଼ ପାଇଁ ବେଣୁମାଧବ ତ୍ରିପାଠୀ, କଳାହାଣ୍ଡି ପାଇଁ ଭରତ ଭୂଷଣ ବେମାଲ ନିଯୁକ୍ତ ହୋଇଛନ୍ତି ।

By amfnews

Related Post