Mon. Dec 23rd, 2024

୩୨ ବର୍ଷ ପରେ ଇଂଲଣ୍ଡ ମାଟିରେ ଭାରତର ସବୁଠୁ ବଡ଼ ବିଜୟ

By amfnews Aug 22, 2018
163 Views

ନର୍ଟିଂହାମ, ଅଗଷ୍ଟ୨୨:

ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଟିମ୍ ଇଣ୍ଡିଆ ନର୍ଟିଂହାମ ଟେଷ୍ଟରେ ଘରୋଇ ଇଂଲଣ୍ଡକୁ ୨୦୩ ରନରେ ପରାସ୍ତ କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ  ଟେଷ୍ଟ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ଏବେ ସିରିଜ ୧-୨ରେ ରହିଛି।

ଭାରତୀୟ ଦଳ ତିନୋଟି ବିଭାଗରେ ଦମଦାର ପ୍ରଦର୍ଶନ କରି ସିରିଜରେ ବିଜୟର ଖାତା  ଖୋଲିଛି। ଇଂଲଣ୍ଡ ମାଟିରେ ରନ ଦୃଷ୍ଟିରୁ ୩୨ ବର୍ଷରେ ଭାରତର ଏହା ହେଉଛି ସବୁଠୁ ବଡ଼ ବିଜୟ। ଭାରତୀୟ ଦଳ ୧୯୮୬ରେ କପିଲ ଦେବଙ୍କ ଅଧିନାୟକତ୍ଵରେ  ଇଂଲଣ୍ଡ ବିପକ୍ଷରେ ଲିଡ୍ସରେ ୨୭୯ ରନରେ ବିଜୟୀ ହୋଇଥିଲା। ଏହା ପରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵରେ ଟିମ୍ ଇଣ୍ଡିଆ ଲର୍ଡ୍ସରେ ୨୦୧୪ରେ ଇଂଲଣ୍ଡକୁ ୯୫ ରନରେ ପରାସ୍ତ କରିଥିଲା। ଆଜିର ବିଜୟ ସହିତ ବିରାଟ କୋହଲି ନିଜର ଅଧିନାୟକତ୍ଵରେ ବଡ଼ ଉପଲବ୍ଧି ହାସଲ କରିଛନ୍ତି।

ବିଦେଶ ମାଟିରେ ରନ ଦୃଷ୍ଟିରୁ ଭାରତ ଅଧିନାୟକ କୋହଲିଙ୍କ ନେତୃତ୍ଵରେ ସବୁଠୁ ବଡ଼ ବିଜୟ ୨୦୧୭ରେ ହାସଲ କରିଥିଲା। ଦଳ ଶ୍ରୀଲଙ୍କାକୁ ଗଲ ଟେଷ୍ଟ ୩୦୪ ରନରେ ଜିତିଥିଲା।

ଇଂଲଣ୍ଡ ମାଟିରେ ଭାରତର ସବୁଠୁ ବଡ଼ ବିଜୟ

୧ ଲିର୍ଡ୍ସ ଟେଷ୍ଟ- ୧୯୮୬ରେ ଇଂଲଣ୍ଡକୁ ୨୭୯ରେ ପରାସ୍ତ କରିଥିଲା ଭାରତ

୨ ନର୍ଟିଂହାମ ଟେଷ୍ଟ- ୨୦୧୮ରେ ଇଂଲଣ୍ଡକୁ ୨୦୩ ରନରେ ପରାସ୍ତ କଲା ଭାରତ

୩ ଲର୍ଡ୍ସ ଟେଷ୍ଟ- ୨୦୧୪ରେ ଇଂଲଣ୍ଡକକୁ ୯୫ ରନରେ ପରାସ୍ତ କଲା

ବିଦେଶୀ ମାଟିରେ ଭାରତର ସବୁଠୁ ବଡ଼ ବିଜୟ

୧ ଗଲ ଟେଷ୍ଟ- ୨୦୧୭ରେ ଶ୍ରୀଲଙ୍କାକୁ ୩୦୪ ରନରେ ପରାସ୍ତ କରିଥିଲା  ଭାରତ

୨ ଲିର୍ଡ୍ସ ଟେଷ୍ଟ- ୧୯୮୬ରେ ଇଂଲଣ୍ଡକୁ ୨୭୯ରେ ପରାସ୍ତ କରିଥିଲା ଭାରତ

୩ କଲୋମ୍ବୋ ଟେଷ୍ଟ- ୨୦୧୫ରେ ଶ୍ରୀଲଙ୍କାକୁ ୨୭୮ ରନରେ ପରାସ୍ତ କରିଥିଲା  ଭାରତ

୪ ଅକଲାଣ୍ଡ ଟେଷ୍ଟ- ୧୯୬୮ରେ ନ୍ୟୁଜିଲାଣ୍ଡକୁ ୨୭୨ ରନରେ ପରାସ୍ତ କରିଥିଲା  ଭାରତ

୫ ଗ୍ରୋସ ଇସଲେଟ୍ ଟେଷ୍ଟ- ଓ୍ଵେଷ୍ଟଇଣ୍ଡିଜକୁ ୨୩୭ ରନରେ ପରାସ୍ତ କଲା ଭାରତ

୬ ନର୍ଟିଂହାମ ଟେଷ୍ଟ-୨୦୧୮ରେ ଇଂଲଣ୍ଡକୁ ୨୦୩ ରନରେ ପରାସ୍ତ କଲା ଭାରତ

By amfnews

Related Post