147 Views
ଭୁବନେଶ୍ୱର, ଅଗଷ୍ଟ ୨୮ : କରୋନା ଭାଇରସ ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ସହରକୁ ୭ ଦିନ ଲାଗି ସଟଡାଉନ ଘୋଷଣା କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ଅସନ୍ତା ୩୦ ତାରିଖ ଠାରୁ ସେପ୍ଟେମ୍ବର ୫ ତାରିଖ ଯାଏଁ ସଟ୍ଡାଉନ ରହିବ । ତେବେ ସଟଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୬ଟାରୁ ୧୧ ଟା ଯାଏଁ ଖୋଲା ରହିବ ।
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଅଗଷ୍ଟ ୨୭ ତାରିଖ ଯାଏଁ ଜିଲ୍ଲାରେ ୧୦୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୬୧୭ ଜଣ ସୁସ୍ଥ ହୋଇଥିବା ବେଳେ ୪୧୫ ଜଣ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।