Wed. Dec 25th, 2024

୩୦ ମିନିଟରେ ଆମେରିକାର ଯେକୌଣସି ସହରକୁ ଧ୍ବଂସ କରିପାରିବ ଏହି ଦେଶ

By amfnews Oct 1, 2019 #Featured
147 Views

ନୂଆଦିଲ୍ଲୀ: ଆଜି ଚୀନ ଏହାର ସବୁଠାରୁ ବଡ ସାମରିକ ପ୍ୟାରେଡ଼ ପ୍ରଦର୍ଶନ କରିଛି | ଆଜି ଚୀନ ପକ୍ଷରୁ ଏଭଳି ଏକ ମିଶାଇଲର ପ୍ରଦର୍ଶନ କରାଯାଇଛି ଯାହାକି ମାତ୍ର ୩୦ ମିନିଟରେ ଆମେରିକାର ଯେ କୌଣସି ସହରକୁ ଧ୍ବଂସ କରିଦେଇପାରିବ | ଚୀନ ପକ୍ଷରୁ ଆଜି ଡ଼ିଏଫ-୪୧ ମିଶାଇଲକୁ ପ୍ରଦର୍ଶନ କରାଯାଇଥିଲା | ଏହି ମିଶାଇଲ ପ୍ରଦର୍ଶନ କରି ଚୀନ ଆମେରିକାକୁ ନିଜ ଶକ୍ତି ଦେଖାଇବାର ପ୍ରଚେଷ୍ଟା କରିଛି | ଏହି ମିଶାଇଲ ୧୫ ହଜାର କିଲୋମିଟର ଯାଏଁ ଟାର୍ଗେଟ କରିପାରିବ |

ଚୀନ ପକ୍ଷରୁ ଦାବି କରାଯାଇଛି ଯେ ଏହି ମିଶାଇଲ ସବୁଠାରୁ ଅଧିକ ଦୂରତା ଅତିକ୍ରମ କରିପାରିବ | ଏଠାରେ ସୂଚନା ଥାଉ କି ଆଜି ଚୀନରେ କମ୍ୟୁନିଷ୍ଟ ଶାସନର ୭୦ ବର୍ଷ ପୂର୍ତ୍ତି ହୋଇଛି । କୌଣସି ଦେଶରେ ଏହା ହେଉଛି ସର୍ବାଧିକ ଲମ୍ବା କମ୍ୟୁନିଷ୍ଟ ଶାସନ । ପୂର୍ବରୁ ସୋଭିଏତ ଋଷର ଶାସନ ୬୯ ବର୍ଷ ଚାଲିଥିଲା । ଏହି ଉପଲକ୍ଷେ ଚୀନ ନିଜ ଇତିହାସର ସବୁଠାରୁ ବଡ଼ ସାମରିକ ପ୍ୟାରେଡ ପ୍ରଦର୍ଶନ କରିଛି ।

ବିଶେଷଜ୍ଞଙ୍କ ମତରେ ଚୀନ ନିଜକୁ ସୁପରପାଓ୍ଵାର ଭାବେ ଦେଖିବାକୁ ଚାହୁଁଥିବାରୁ ସମଗ୍ର ବିଶ୍ୱରେ ନିଜର ସାମରିକ ଶକ୍ତିର ପ୍ରଦର୍ଶନ କରିଛି । ଚୀନ ଏବେ ଆମେରିକା ସହିତ ବାଣିଜ୍ୟ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛି । ଏହାଛଡା ହଂକଂରେ ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ତୀବ୍ର ହୋଇଛି । ଏହାକୁ ଦୃଷ୍ଟିରେ ରଖି ଚୀନର କମ୍ୟୁନିଷ୍ଟ ପାର୍ଟି ନିଜର ଶକ୍ତି ପ୍ରଦର୍ଶନ କରିଛି ।

By amfnews

Related Post